ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମେଗା ହେଲଥ୍ ସ୍କ୍ରିନିଂ । ଏହି ସ୍କ୍ରିନିଂ ପାଇଁ ଗୋଟିଏ ଟିମ୍ ରେ ରହିବେ ୪ ଜଣ ସଦସ୍ୟ । ଜିଲ୍ଲାରେ ଘରକୁ ଘର ଯାଇ ଏହି ଟିମ୍ ଲୋକଙ୍କ ସ୍କ୍ରିନିଂ କରିବେ । ଉକ୍ତ ଟିମ୍ ରେ ରହିବେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟ ଅଧିକାରୀ । ଥର୍ମାଲ୍ ସ୍କ୍ରିନିଂ ସହିତ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରିବ ଏହି ଟିମ୍ । ସ୍ୱାସ୍ଥ୍ୟକର୍ମୀ ମାନେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ଇନଫ୍ରାରେଡ୍ ମାଧ୍ୟମରେ ଶରୀରର ତାପମାତ୍ରା ରେକର୍ଡ଼ କରାଯିବ ଏବଂ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଏନେଇ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଅପ୍ରେଲ ୯ ତାରିଖରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ହେଲଥ୍ ସ୍କ୍ରିନିଂ ହୋଇଥିଲା ।