ନୂଆଦିଲ୍ଲୀ– କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରର ପାଲଘର ଠାରେ ଦୁଇ ଜଣ ସାଧୁ ସମେତ ତିନି ଜଣଙ୍କୁ ମବ ଲିଂଚି କରି ହତ୍ୟା ମାମଲାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଠାରୁ ରିପୋର୍ଟ ମାଗିଛନ୍ତିା
ଉଲ୍ଲେଖନୀୟ ଯେ ଗତ ୧୬ ତାରିଖ ଦିନ ପାଲଘର ଠାରେ କିଛି ଲୋକ ପୋଲିସ ସମ୍ମୁଖରେ ତିନି ଜଣଙ୍କୁ ହତ୍ୟା କରିଥିଲେ । ପୋଲିସ ସେଠାରେ ଥାଇ ସୁଦ୍ଧା ସେମାନଙ୍କୁ ବଂଚାଇ ନଥିଲା ।
ଏହି ମାମଲାରେ ରାଜ୍ୟ ସରକାର ରବିବାର ଦିନ ଉଚ୍ଚସ୍ତରୀୟ ଜାଂଚର ଆଦେଶ ଦେଇଥିଲେ । ଦୁଇ ଜଣ ପୋଲିସକର୍ମୀଙ୍କୁ ନିଲମ୍ବିତ ମଧ୍ୟ କରା ଯାଇଛି ।