![](https://indokalingtimes.com/wp-content/uploads/2020/04/WhatsApp-Image-2020-04-14-at-8.17.46-PM-300x139.jpeg)
ବ୍ରହ୍ମପୁର: ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋଳନ୍ଥରା ଓ ମେରାଇନ ଥାନା ଇଲାକାରେ ବିଭିନ୍ନ ଗ୍ରାମାଞ୍ଚଳକୁ ବୁଲି କରୋନା ରୋଗର ଭୟାବହତା ଉପରେ ସଚେତନତା କରିବା ସହ ମାସ୍କ ବଣ୍ଟନ କରିଥିଲେ । ଲକ୍ ଡାଉନ୍ ସମୟରେ ଘରୁ ନବାହାରିବା, ସାମାଜିକ ଦୂରତ୍ୱକୁ ବଜାଇ ରଖିବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ, ମେରାଇନ ଥାନାଧିକାରୀ ଗୌରାଙ୍ଗ ସାହୁ ପ୍ରମୁଖ ରାମାୟାପାଟଣା, ସୋନପୁର, ଚନ୍ଦନବାଡ ଆଦି ଅଞ୍ଚଳ ବୁଲି ସଚେତନତା କରୁଥିବା ଦେଖିବାକୁ ମିଳିଛି ।