ନୂଆଦିଲ୍ଲୀ– ଦେଶର ବିଭିନ୍ନ ପ୍ରାନ୍ତରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଅନ୍ୟାନ୍ୟ ବସ୍ତୁ ଯୋଗାଣ କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳପଥ ପକ୍ଷରୁ ବାଧାମୁକ୍ତ ଟାଇମ ଟେବୁଲ ପାର୍ସଲ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହା ଦେଶରେ ଯୋଗାଣ ଶୃଙ୍ଖଳକୁ ବଜାୟ ରଖିବା ଦିଗରେ ବ୍ୟାପକ ଭାବେ ସହାୟକ ହୋଇପାରିବ। ସାଧାରଣ ନାଗରିକ, ଶିଳ୍ପ ଓ କୃଷି ପାଇଁ ଆବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଦିଗରେ ଏହା ସହାୟକ ହୋଇପାରିବ।
କୋଭିଡ-19 ମୁକାବିଲା ଲାଗି ଦୀକ୍ଷା ଆପ ଜରିଆରେ ‘ (ଆଇଜିଓଟି) ପୋର୍ଟାଲ ନାମକ ଟ୍ରେନିଂ ମଡ୍ୟୁଲର ଶୁଭାରମ୍ଭ
ନୂଆଦିଲ୍ଲୀ ଚିକିତ୍ସକ, ନର୍ସ, ଏଏନ୍ଏମ, ରାଜ୍ୟ ସରକାରଙ୍କ ଅଧିକାରୀ, ଏନସିସି, ନେହେରୁ ଯୁବ କେନ୍ଦ୍ରର ସଦସ୍ୟ, ପୁଲିସ, ବେସାମରିକ ପ୍ରତିରକ୍ଷା ଅଧିକାରୀ, ଜାତୀୟ ସେବା ସଂସ୍ଥା, ରେଡକ୍ରସ, ସ୍କାଉଟ୍ସ ଓ ଗାଇଡ୍ସ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଆଇଜିଓଟିରେ ପାଠ୍ୟକ୍ରମ ସୁବିଧା ରହିଛି।