
ପାରାଦୀପ – ପାରାଦୀପ ଇଫକୋ ଛକ ନିକଟରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକର ଶବ ଉଦ୍ଧାର ହୋଇଛି । ଏକ ପରିତ୍ୟକ୍ତ ଘରେ ଆଜି ଏହି ଶବଟି ଝୁଲନ୍ତା ଅବସ୍ଥାରେ ରହିଥିବା ସ୍ଥାନିୟ ଲୋକ ମାନେ ଦେଖିବାକୁ ପାଇଥିଲେ | ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକର ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତାର ପକେଟରୁ ଏକ ଚିଠି ମଧ୍ୟ ଜବତ କରିଛି ପୋଲିସ । ଚିଠିରେ ତାର ନାମ ବିକାଶ ଲେଙ୍କା ଓ ଘର କେନ୍ଦ୍ରାପଡା ଜିଲ୍ଲା ବେଲାରୀ ନୂଆଗାଁ ବୋଲି ଲେଖା ହୋଇଛି । ତେବେ ଯୁବକର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି |