![](https://indokalingtimes.com/wp-content/uploads/2019/09/01-10.jpeg)
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳରେ ବେଆଇନ ଭାବରେ ଚୋରା ଚାଲାଣ ହେଉଥିବା ଗଂଜେଇ ଜବତ କରିବାରେ ସଫଳ ହୋଇଛି ଖଲ୍ଲିକୋଟ ପୋଲିସ୍ । କୌଣସି ଏକ ବିଶେଷ ସୁତ୍ର ରୁ ଖବର ପାଇ ଆଜି ସକାଳେ ୧୬ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର କଳାଝର ନଇ ନିକଟ ରେ ଏକ କଣ୍ଟେନର୍ ଟ୍ରକ ଯାହାର ନମ୍ବର(HR 38X 5357)କୁ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । କଣ୍ଟେନର୍ ଟ୍ରକ ଡ୍ରାଇଭର ଅଜୟ କୁମାର ସିଂ କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗି ଦୌଡ଼ି ପଳାଇବାରେ ସଫଳ ହୋଇଛି । ଜବତ ହୋଇଥିବା ଗଂଜେଇର ପରିମାଣ ଦୁଇ କୁଇଣ୍ଟାଲ୍ ୯୩ କେଜି ଯାହାର ଆନୁମାନିକ ବଜାର ମୂଲ୍ୟ ୧୪ଲକ୍ଷ ଟଙ୍କା ହେବ । ଡ୍ରାଇଭରଙ୍କ କହିବା ଅନୁଯାୟୀ ଏହି ଗଂଜେଇ ରମ୍ଭା ଠାରୁ ଖୋର୍ଦ୍ଧା ଚାଲାଣ ହେଉ ଥିଲା । ଏହି ଗଂଜେଇ କୁ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ, ଖଲ୍ଲିକୋଟ ତହସିଲଦାର ଚିତ୍ତ ରଂଜନ ମହାନ୍ତି, ଭେଜିପୁଟ ଫାଣ୍ତି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ଗଂଜେଇ ବସ୍ତା ଗୁଡ଼ାକ ସିଲ୍ କରାଯାଇଥିଲା । ଗଂଜାମ ଏସ୍ ପି ଶ୍ରୀ ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଭାବେ ଦାୟିତ୍ବ ନେଇଥିବା ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ଅଞ୍ଚଳରେ ଅପରାଧ ଦମନ, ଟ୍ରାଫିକ ସମସ୍ୟା ସମାଧାନ, ମାଦକ ଦ୍ରବ୍ୟ ଚୋରା ଚାଲାଣ ରୋକିବା ସହ ଶାନ୍ତି ଶୃPଙ୍ଖଳା ସ୍ଥାପନ ଦିଗରେ ବିଶେଷ ଧ୍ୟାନ ଦେଉଥିବା ସାଧାରଣରେ ଆଲୋଚନା ହେଉଛି ।