ଭଦ୍ରକ – ଭଦ୍ରକ ପୌରାଂଚଳ ୧୩ ନଂ ୱାର୍ଡ ଅପର୍ତିବିନ୍ଧା ମୌଜାର ଏକ ଗୋଚର କିସମ ଜମିରେ ବେଆଇନ୍ ଦୋକାନ ଗୃହ ନିର୍ମାଣ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଅଂକୁଶ ଜାରି ହୋଇଛି । ପିଟିସନ୍ର ଅଭିଯୋଗ ମୂଳେ ଏହି ଦୋକାନ ଗୃହ ନିର୍ମାଣ ଯଦି ବେଆଇନ୍ ଭାବେ ବିବାଦୀୟ ଜମିରେ କରାଯାଉଥିବ, ତେବେ ଏ ସଂପର୍କରେ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ତଦନ୍ତ କରି ୧୫ ଦିନ ମଧ୍ୟରେ ନିଷ୍ପତି ନେବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଜିଲାପାଳଙ୍କ ନିଷ୍ପତି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସାମୂହିକ ଭାବେ ବନ୍ଦ କରିବାକୁ ମଧ୍ୟ ମାନ୍ୟବର ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଅପର୍ତିବିନ୍ଧା ମୌଜାର ଖାତା ନଂ ୮୯୨, ପ୍ଲଟ୍ ନଂ ୩ ରେ ଥିବା ୧୩ ଡି. ଓ ପ୍ଲଟ୍ ନଂ ୪ ରେ ଥିବା ୮ ଡି. ଜମିକୁ ମିଶାଇ ୨୧ ଡି. ଗୋଚର କିସମ ଜମିରେ ଦୋକାନ ଗୃହ ନିର୍ମାଣ ହେଉଛି । ଏହି କାର୍ଯ୍ୟକୁ ବିରୋଧ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଡବ୍ଲ୍ୟୁ.ପି. (ସି) ନଂ ୧୬୫୩୪/୧୯ ମୂଳେ ଗତ ୯ ତାରିଖରେ ଏକ ମାମଲା ଆଗତ ହୋଇଥିଲା । ଏହି ମାମଲାରେ ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଭଦ୍ରକ ଜିଲାପାଳ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ, ସ୍ପେଶାଲ ପ୍ଲାନିଂ ଅଧିକାରୀ, ଭଦ୍ରକ ଏସ୍ପି ଓ ସୂର୍ଯ୍ୟଶିଖା କ୍ଲବ୍ର ସଭାପତି ତଥା ସଂପାଦକଙ୍କ ସମେତ ୮ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।
Related Stories
December 9, 2024
October 25, 2024