ନୂଆଦିଲ୍ଲୀ- ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ରାଜିନାମା (ବି. ଆଇ. ଏ.) ଶନିବାରଠାରୁ ଲାଗୁ ହୋଇଛି । ଭାରତ ସରକାର ଏବଂ ଇସ୍ରାଏଲ ୨୦୨୫ ମସିହା ସେପ୍ଟେମ୍ବର ୮ ତାରିଖରେ ନୂଆଦିଲ୍ଲୀ ଠାରେ ବି. ଆଇ. ଏ. ସ୍ୱାକ୍ଷର କରିଥିଲେ ।
ଅର୍ଥ ମନ୍ତ୍ରଣାଳୟ ଶନିବାର ଏକ ବିବୃତିରେ କହିଛି ଯେ, ଭାରତ ସରକାର ଏବଂ ଇସ୍ରାଏଲ ସରକାରଙ୍କ ମଧ୍ୟରେ ୮ ସେପ୍ଟେମ୍ବର ୨୦୨୫ ରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ଜୁଲାଇ ୪ ରୁ କାର୍ଯ୍ୟକାରୀ ହୋଇଛି । ବି. ଆଇ. ଏ. ସୀମାପାର ନିବେଶ ବୃଦ୍ଧି କରିବ ଏବଂ ଭାରତ ଓ ଇସ୍ରାଏଲ ମଧ୍ୟରେ ଆର୍ôଥକ ଭାଗିଦାରୀକୁ ଆହୁରି ଗଭୀର କରିବ ବୋଲି ଆଶା କରାଯାଉଛି ।
ମନ୍ତ୍ରଣାଳୟ କହିଛି ଯେ, ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଏକ ନିରାପଦ ତଥା ପୂର୍ବାନୁମାନଯୋଗ୍ୟ ନିବେଶ ପରିବେଶ ସୁନିଶ୍ଚିତ କରିବା ଦିଗରେ ବି.ଆଇ.ଏ. ଏକ ଐତିହାସିକ ପଦକ୍ଷେପ । ଏହି ଗୁରୁତ୍ୱପୂର୍ଣ୍ଣ ରାଜିନାମାର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ଏକ ନିରାପଦ ନିବେଶ ପରିବେଶ ସୃଷ୍ଟି କରିବା ଏବଂ ସୀମାପାର ନିବେଶକୁ ପ୍ରୋତ୍ସାହନ ଦେବା, ଯାହା ଦ୍ୱିପାକ୍ଷିକ ଆର୍ôଥକ ଭାଗିଦାରୀକୁ ଆହୁରି ଗଭୀର କରିବ ।
ଅର୍ଥ ମନ୍ତ୍ରଣାଳୟ କହିଛି ଯେ ବି.ଆଇ.ଏ. ନିବେଶ ଏବଂ ନିବେଶକଙ୍କ ନିବେଶକୁ ସୁରକ୍ଷିତ ରଖିବା ସହିତ ବୈଧ ସାର୍ବଜନୀନ ନୀତି ଉଦ୍ଦେଶ୍ୟ ସହିତ ସୁସଂଗତ ନୀତିଗତ ସ୍ଥାନ ବଜାୟ ରଖିବା ପାଇଁ ଯଥେଷ୍ଟ ନମନୀୟ । ଏହା ଅନ୍ତର୍ଜାତୀୟ ନିବେଶ ଆଇନର ଆଧୁନିକ ସିଦ୍ଧାନ୍ତ ଏବଂ ବିକଶିତ ନ୍ୟାୟଶାସ୍ତ୍ରକୁ ପ୍ରତିଫଳିତ କରିଥାଏ ।
