ବେଜିଂ – କରୋନା ଭାଇରସ ଯୋଗୁଁ ଚୀନ୍ ରେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ଭାଇରସର ଉତ୍ପତି ସ୍ଥଳ କୁହାଯାଉଥିବା ଉହାନରେ କରୋନାରେ ଜଣେ ହସ୍ପିଟାଲ ନିଦେ୍ର୍ଧଶକଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ହସ୍ପଟାଲ ନିଦେ୍ର୍ଧଶକ ହେଉଛନ୍ତି ବ୍ୟକ୍ତି ଜଣଙ୍କ ନାଁ ଲିଉ ଝିମିଙ୍ଗ । ସେ ଉହାନରେ ଥିବା ଉଚୁଆଙ୍ଗ ହସ୍ପିଟାଲର ନିଦେ୍ର୍ଧଶକ ଥିଲେ । ସେ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି ।
ଉହାନର ଏହି ହସ୍ପିଟାଲରେ ହଜାର ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏଭଳି ସ୍ଥିତିରେ ଖୋଦ ହସ୍ପିଟାଲର ନିଦେ୍ର୍ଧଶକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଅନ୍ୟପକ୍ଷରେ ·ଇନାରେ କରୋନା ରେ ବର୍ତମାନ ସୁଦ୍ଧା ପ୍ରାୟ ୧୯୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୭୨ ହଜାର ଲୋକ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।
ଚୀନ୍ ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ପ୍ରାୟ ୬ ଜଣ ମେଡିକାଲ କର୍ମ·ରୀ ପ୍ରାଣ ହରାଇଛନ୍ତି । ପ୍ରାୟ ୧୭୧୬ ଜଣ କର୍ମଚାରୀ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।