ଭୁବନେଶ୍ୱର– କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ ଅନ୍ତର୍ଗତ ରାମେଶ୍ୱର ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ଏନଏଚଏଆଇର ରିଙ୍ଗ୍ ରୋଡ୍ କୁ ଅନୁମୋଦନ ମିଳିଛି। ଖୁବ ଶୀଘ୍ର ଏହାର ଭିତିପ୍ରସ୍ତର ସ୍ଥାପନ ସହ କାମ ଆରମ୍ଭ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି। ଏହାସହ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ରାମେଶ୍ୱର ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ଏନଏଚଏଆଇର ରିଙ୍ଗ୍ ରୋଡ୍ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଷ୍ଟୋନ୍ ଅତିକ୍ରମ କରିଛି। ୧୧୧ କି.ମି. ଲମ୍ବ ଓ ପ୍ରାୟ ୮,୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ ସମସ୍ତ ଆବଶ୍ୟକ ଅନୁମୋଦନ ଓ ସ୍ୱୀକୃତି ପାଇଛି। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଦ୍ୱାରା ଜଙ୍ଗଲ ଓ ବନ୍ୟପ୍ରାଣୀ ସମ୍ବନ୍ଧୀୟ ଅନୁମତି ସହ ସମସ୍ତ କ୍ଲିୟାରେନ୍ସ ମିଳିସାରିଛି। ସମସ୍ତ ଅନୁମୋଦନ ପ୍ରାପ୍ତ ହେବା ପରେ, ଏନଏଚଏଆଇ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୦୫.୦୨.୨୦୨୬ ତାରିଖରେ ଟେଣ୍ଡର ଗ୍ରହଣ କରାଯାଇଛି। ଶୀଘ୍ର ଭିତିପ୍ରସ୍ତର ରଖାଯିବା ସହ କାର୍ଯ୍ୟ ଆରମ୍ଭ ହେବ । ଏହି ପ୍ରକଳ୍ପ ମୁଁ ପାଇଁ ନିୟମିତ ଭାବେ ପ୍ରୟାସ କରି ଅସୁଥିଲି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ମହୋଦୟଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି ।
