-
ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ ; ନିଶ୍ଚିତ ରୁହନ୍ତୁ ଜନସାଧାରଣ – ରାଜସ୍ୱ ମନ୍ତ୍ରୀ –
-
ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ,
-
ତୃଣମୂଳସ୍ତରରୁ ନେଇ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ, ରାଜ୍ୟ ସରକାରଙ୍କ ମାଇକ୍ରୋ ମ୍ୟାନେଜମେଣ୍ଟ୍
ଭୁବନେଶ୍ୱର, ବାତ୍ୟା ଅର୍ଣ୍ଣବର ମୁକାବିଲା ନିମନ୍ତେ ରାଜୀବ ଭବନ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ଏସଆରସି ଏଵଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ମାନ୍ୟବର ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା ହୋଇଯାଇଛି। ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ,ବିଶେଷ ଭାବେ ପ୍ରଭାବିତ ହେବା ଥିବା ଆଠଟି ଜିଲ୍ଲାକୁ ୧୯ କୋଟି ଟଙ୍କାର ସହାୟତା ପାଣ୍ଠି ପ୍ରଦାନ କରାଯାଇଥିଲା । ସମସ୍ତ ଆଶ୍ରୟସ୍ଥଳୀକୁ ତୁରନ୍ତ ସୁବ୍ୟବସ୍ଥିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ କୌଣସି ବି ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି l ଜନସାଧାରଣ କେବଳ ସରକାରୀ ସୂଚନାକୁ ବିଶ୍ବାସ କରିବା ସହ ପ୍ରଶାସନକୁ ସହଯୋଗ କରି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ନିମନ୍ତେ ପରାମର୍ଶ ଦିଆଯାଇଛି l ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର , ନୂଆପଡ଼ା, କଳାହାଣ୍ଡି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ବାତ୍ୟା ସମୟରେ କୌଣସି ପ୍ରକାରେ ଜୀବନହାନି ନଘଟିବା ପାଇଁ ସରକାର ‘ଜିରୋ କାଜୁଆଲ୍ଟି’ (Zero Casualty) ନୀତି ଗ୍ରହଣ କରିଛନ୍ତି।
ଗଞ୍ଜାମ: ଏହି ଜିଲ୍ଲାରେ ୯ଟି ଓଡ୍ରାଫ୍, ୨ଟି ଏନ୍.ଡି.ଆର୍.ଏଫ୍. ,୨୪ ଟି ଅଗ୍ନିଶମ ,ଗଜପତି: ଜିଲ୍ଲାରେ ୬ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୮ଟି ଅଗ୍ନିଶମ ,ରାୟଗଡ଼ା: ରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍ ଏ ଫ୍,୧୧ ଟି ଅଗ୍ନିଶମ ,କୋରାପୁଟ: ଜିଲ୍ଲାରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୧୪ଟି ଅଗ୍ନିଶମ ଟିମ୍ କାର୍ଯ୍ୟରତ ଅଛନ୍ତି। ମାଲକାନଗିରି: ଏହି ଜିଲ୍ଲାରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୯ଟି ଅଗ୍ନିଶମ ଟିମ,ନବରଙ୍ଗପୁର: ଜିଲ୍ଲାରେ ୩ଟି ଓଡ୍ରାଫ୍ ଏବଂ ୧୨ଟି ଅଗ୍ନିଶମ ଟିମ, ନୂଆପଡ଼ା ଓ କଳାହାଣ୍ଡି ରେ ମଧ୍ୟ୍ୟ ଅଗ୍ନିଶମ ଟିମ ମୁତୟନ କରାଯାଇଛି।
ସ୍ଥିତିକୁ ଦୃଷ୍ଟିରେ ରଖି ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ। ସମସ୍ତ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଗୁରୁତ୍ୱପୂର୍ଣ୍ଣ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ଜରୁରୀକାଳୀନ ସହାୟତା ପାଇଁ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିଛି। .
ଅଧିକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାଗୁଡ଼ିକରେ ବରିଷ୍ଠ IAS ଅଧିକାରୀଙ୍କୁ ମୁତୟନ କରଯାଇଛି। ସମସ୍ତ ଜିଲ୍ଲାପାଳ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ସହିତ ଜମି-ସ୍ତରୀୟ (field-level) ପ୍ରସ୍ତୁତିର ସମୀକ୍ଷା କରି ଛନ୍ତି । ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ପ୍ରସ୍ତୁତି, ଆଶ୍ରୟସ୍ଥଳଗୁଡ଼ିକ ସୁବ୍ୟବସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀର ଆଗୁଆ ମହଜୁଦ, ଜନସାଧାରଣଙ୍କ ଜରୁରୀକାଳୀନ ସତର୍କସୂଚନା ଏବଂ IMD ବୁଲେଟିନ୍ ଉପରେ କ୍ରମାଗତ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ରିଲିଫ୍ କେନ୍ଦ୍ର, ମୋବାଇଲ ସ୍ୱାସ୍ଥ୍ୟ ଟିମ୍ ଏବଂ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ଔଷଧ ସହିତ ଅବିଚ୍ଛିନ୍ନ ବିଦ୍ୟୁତ୍ ସେବା (Power Backup) ଏବଂ ଜରୁରୀ ପ୍ରସବ ସେବା ପ୍ରସ୍ତୁତ ରଖିବାକୁ କୁହାଯାଇଛି ପ୍ରଭାବିତ ଅଞ୍ଚଳରେ ପଶୁମାନଙ୍କ ପାଇଁ ପଶୁଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯିବ ।
ପ୍ରାପ୍ତ ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ ୮ଟି ଜିଲ୍ଲାରୁ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରୁ ମୋଟ ୪୮,୦୧୦ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି, । ଏଥିସହିତ ସେମାନଙ୍କ ରହଣି ପାଇଁ ମୋଟ ୪୬୬ଟି ଆଶ୍ରୟସ୍ଥଳୀ (Shelters) ପ୍ରସ୍ତୁତ ରଖାଯାଇଛି। ନବରଙ୍ଗପୁର: ୧୧,୨୭୦ ଜଣ ଲୋକ ଚିହ୍ନଟ, ୧୩୪ଟି ଆଶ୍ରୟସ୍ଥଳୀ ଗଜପତି: ୧୧,୦୦୦ ଜଣ ଲୋକ ଚିହ୍ନଟ, ୧୭୫ଟି ଆଶ୍ରୟସ୍ଥଳୀ ମାଲକାନଗିରି: ୯,୮୫୦ ଜଣ ଲୋକ ଚିହ୍ନଟ, ୩୫ଟି ଆଶ୍ରୟସ୍ଥଳୀ ଗଞ୍ଜାମ: ୬,୫୦୦ ଜଣ ଲୋକ ଚିହ୍ନଟ, ୩୭ଟି ଆଶ୍ରୟସ୍ଥଳୀ କୋରାପୁଟ: ୫,୦୦୦ ଜଣ ଲୋକ ଚିହ୍ନଟ, ୪୭ଟି ଆଶ୍ରୟସ୍ଥଳୀ କଳାହାଣ୍ଡି: ୨,୪୧୫ ଜଣ ଲୋକ ଚିହ୍ନଟ, ୧୪ଟି ଆଶ୍ରୟସ୍ଥଳୀ ନୂଆପଡ଼ା: ୧,୬୭୫ ଜଣ ଲୋକ ଚିହ୍ନଟ, ୧୭ଟି ଆଶ୍ରୟସ୍ଥଳୀ ରାୟଗଡ଼ା: ୩୦୦ ଜଣ ଲୋକ ଚିହ୍ନଟ, ୭ଟି ଆଶ୍ରୟସ୍ଥଳୀ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନକୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଜନସାଧାରଣଙ୍କୁ ପ୍ରଶାସନର
ମାର୍ଗଦର୍ଶିକା ପାଳନ କରିବାକୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବ ପ୍ରତି କାନ ନ ଦେଇ ପ୍ରଶାସନର ମାର୍ଗଦର୍ଶନ ଓ ନିର୍ଦ୍ଦେଶକୁ ମାନି ସତର୍କ ରହିବାକୁ ଅନୁରୋଧ କରାଯାଇଛି। ସମ୍ପୃକ୍ତ ନୋଡାଲ ଅଧିକାରୀ ମାନଙ୍କୁ ବନ୍ୟା ଅଞ୍ଚଳର ଦାୟିତ୍ଵ ନ୍ୟସ୍ତ କରାଯାଇଛି ଓ ଏକ WhatsApp ଗ୍ରପୁ କରି ସେଥିରେ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସଂଶ୍ଳିଷ୍ଟ କରାଯାଇଛି ।
