
ଭୁବନେଶ୍ୱର– ଭୁବନେଶ୍ୱରରୁ ସିଧାସଳଖ ଆବୁଧାବିକୁ ଉଡିବ ବିମାନ । ଜୁନ ମାସରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସିଧାସଳଖ ଆବୁଧାବି ଉଡିବ ବିମାନ। ଏହାକୁ ଇଣ୍ଡିଗୋ ବିମାନ ସେବା କାର୍ଯ୍ୟକାରୀ କରିବ । ତେବେ ଭୁବନେଶ୍ୱର ବିମାନ ବନ୍ଦରକୁ ଏ ଯାଏଁ ସ୍ଲଟ ମଗାଯାଇନି ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ସେ କହିଛନ୍ତି ଯେ, ସ୍ଲଟ ମାଗିଲେ, ସିଡ୍ୟୁଲ ତିଆରି ହେବ । ଏହା ଭୁବନେଶ୍ୱରରୁ ବିଦେଶକୁ ପଞ୍ଚମ ବିମାନ ସେବା ହେବ ।