
ଉଧମପୁର -ଜମ୍ମୁକଶ୍ମୀରର ଉଧମପୁରର ବସନ୍ତଗଡରେ ଆଜି ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିକାଣ୍ଡରେ ଜଣେ ସୈନିକ ସହିଦ ହୋଇଛନ୍ତି । ଏହି ସୂଚନା ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କୋର ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛି ।
ହ୍ୱାଇଟ୍ ନାଇଟ୍ କୋର କହିଛି ଯେ, ବିଶିଷ୍ଟ ଗୁଇନ୍ଦା ସୂଚନା ଅନୁସାରେ ଆଜି ବସନ୍ତଗଡରେ ଜମ୍ମୁ କଶ୍ମୀର ପୋଲିସ ସହିତ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଭୀଷଣ ଗୁଳିକାଣ୍ଡ ହୋଇଥିଲା । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏବେ ବି ଅଭିଯାନ ଜାରି ରହିଛି ।