
ରାଂଚି- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ଆଜି ରାଂଚିରେ କିଛି ସ୍ଥାନରେ ରେଡ୍ କରିଛି । ରାଂଚିର ଲାଲପୁର, ଚୁଟିୟା ଓ କାଂକେ ରୋଡରେ ଇଡି ରେଡ୍ କରିଛି । ଔପଚାରିକ ସୂତ୍ର ମୁତାବକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୋକାରୋ ଭୂମି ଘୋଟାଲରେ ଝାରଖଣ୍ଡ ଓ ବିହାରର ପ୍ରାୟ 15ଟି ଠିକଣାରେ ରେଡ୍ କରିଛି । ସକାଳ ପ୍ରାୟ 7ଟା ବେଳୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଂଚିରେ ବିଜନେସମ୍ୟାନ ବିମଲ ଅଗ୍ରୱାଲ ଓ ପୁନିତ ଅଗ୍ରୱାଲଙ୍କ ଠିକଣାରେ ଇଡି ଚଢାଉ କରିଛି ।