
ଜାମ୍ମୁ -ରାଜୌରୀର ମଞ୍ଜାକୋଟ ଘମବୀର ମୁଗଲାନ ଅଞ୍ଚଳରେ ମଙ୍ଗଳବାର ଏକ ମିନି ବସ ଦୁର୍ଘଟଣାଗ୍ରସ୍ଥ ହେବାରୁ ଅତିକମରେ ଦଶ ଜଣ ଆହତ ହୋଇଛନ୍ତି।ଅଧିକାରୀ କହିଛନ୍ତି ଯେ ଜେକେ02କ୍ୟୁ 2158 ରଜିଷ୍ଟ୍ରେସନ ନମ୍ବର ବିଶିଷ୍ଟ ଏକ ମିନୀ ବସ ନିଜ ନିୟନ୍ତ୍ରଣ ହରାଇଥିଲା ଯେଉଁ କାରଣରୁ ଘମବୀର ମୁଗଲାନ ଅଞ୍ଚଳରେ ଓଲଟି ପଡିଥିଲା।ପୋଲିସ ସ୍ଥାନୀୟ ଲୋକଙ୍କ ସହିତ ଶୀଘ୍ର ଦୁର୍ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।ଏହି ଘଟଣାରେ ଦଶଜଣ ଆହତ ହୋଇଛନ୍ତି ଯେଉଁମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।