
ଗଞ୍ଜାମ– ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଅନୁଯାୟୀ ଶେରଗଡ ବ୍ଲକର ପିତ୍ତଳ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ବାଟିକା,ଖଡି ଛୁଆଁ ଓବିଦ୍ୟାଳୟ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ଡକ୍ଟରସ୍ ଫୋରମର ପୂର୍ବତନ ସଂପାଦକ ଡାକ୍ତର ହୃଷୀକେଶ ମହାନ୍ତି ଯୋଗଦେଇ ଖଡିଛୁଆଁ ଓ ଶିଶୁ ବାଟିକା କାର୍ଯ୍ୟକ୍ରମ ସଂପର୍କରେ ଉଦବୋଧନ ଦେଇଥିଲେ।ଉତ୍ସବରେ ଅଙ୍ଗନବାଡିକର୍ମୀ ସୁଶ୍ରୀ ପୁଷ୍ପାଂଜଳି ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ସୁନୀତି ଦାଶ,ସହକାରୀ ଶିକ୍ଷୟତ୍ରୀ ଏନ୍ ରେଖା ସହକାରୀ ଶିକ୍ଷକ,ଟି କ୍ରିଷ୍ଣା,ଉତ୍ତମ କୁମାର ପୃଷ୍ଠି,ପାଚିକା ଅନୀତା ସାହୁ,ଓ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ରସ୍ମିତା ବେହରାଙ୍କ ସମେତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ବହୁ ଅଭିଭାବକ ଯୋଗଦେଇ ଥିଲେ । ଉତ୍ସବ ଅବସରରେ ବିଦ୍ୟାଳୟକୁ ଆକର୍ଷଣୀୟ ସାଜସଜ୍ଜା,କୁଟକମ ଚିତା ଝୋଟି ପକାଇ ଫୁଲ ଚନ୍ଦନ ଓ ଅକ୍ଷତ ଦେଇ ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିବାପରେ ପ୍ରଧାନ ଶିକ୍ଷୟତ୍ରୀ ଶିଶୁ ବାଟିକାରେ ନବାଗତ ଛାତ୍ର ଛାତ୍ରୀ ଙ୍କୁ ଖଡି ଛୁଆଇଁ ବିଦ୍ୟାରମ୍ଭ କରିଥିଲେ।