
ଭୁବନେଶ୍ୱର, ବିଜେଡି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆଜି ବିଧାନସଭାରେ ଶୂନ୍ୟକାଳ ରେ ବିଜୁ ପ୍ରତିମୂର୍ତ୍ତି ରଙ୍ଗ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି ।
ସେ କହିଛନ୍ତି ଯେ. କଟକ ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ର ରଙ୍ଗ ପରିବର୍ତ୍ତନ କରି ସରକାର କି ମନୋଭାବ ଦେଖାଇବାକୁ ଚାହୁଁଛନ୍ତି। କଳିଙ୍ଗ ସମ୍ମାନ ପାଇଁ ଅର୍ଥ ରାଶି ବନ୍ଦ କଲେ, ପଞ୍ଚାୟତିରାଜ ଦିବସ ବନ୍ଦ ହେଲା। କିଛି ଦିନ ତଳେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରୁ ମୁଣ୍ଡ କାଟ କରିଦିଆ ଯାଇଥିଲା। ବିଜେପି ସରକାର କୁ ରାଜ୍ୟବାସୀ କ୍ଷମା ଦେବେନି। ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି ସେ କହିଛନ୍ତି ।