
ଭୁବନେଶ୍ୱର– ଓଡ଼ିଶା ଦିବସ ଅବସରରେ ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତାରେ ବାଚସ୍ପତି କହିଛନ୍ତି ଅପ୍ରେଲ ୧ ତାରିଖ ଆମ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ଦିବସ । ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଜନ୍ମଲାଭ କରିଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ଓଡ଼ିଆ ଜାତିର ସ୍ୱତନ୍ତ୍ର ପରିଚୟ ପାଇଁ ଯେଉଁ ବରପୁତ୍ର ମାନଙ୍କର ଅବଦାନ ରହିଛି, ସେମାନଙ୍କ ପ୍ରତି ଆମେ ଚିର କୃତଜ୍ଞ। ଭାଷାଭିତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ କ୍ଷ ଓଡ଼ିଶାର ନିଜସ୍ୱ ଏକ ସ୍ୱତନ୍ତ୍ର ଏବଂ ସମୃଦ୍ଧ ଭାଷା ତଥା ସଂସ୍କୃତି ରହିଛି।ଆସନ୍ତୁ, ଏକ ସମୃଦ୍ଧ ବିକଶିତ ଓଡିଶା ଗଠନ ଦିଗରେ ଆମେ ସଂକଳ୍ପ ବଦ୍ଧ ହେବା। ଏହି ପବିତ୍ର ଓଡିଶା ଦିବସ ଅବସରରେ, ମୁଁ ଓଡ଼ିଶାବାସୀ ଭାଇ ଭଉଣୀ ମାନଙ୍କୁ ହାର୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି ।