
ପୁରୀ, ପୁରୀ ଜିଲ୍ଲା ଉପନିବନ୍ଧକ (ସବ ରେଜିଷ୍ଟାର ) ଭାବେ ସୋମବାରଦିନ ତପନ କୁମାର ତରାଇ ଯୋଗଦେଇଛନ୍ତି |୨୦୨୧-୨୨ ବ୍ୟାଚରେ ଓଡିଶା ପ୍ରଶାସନିକ ସେବା (ଓ ଏ ଏସ ) ପାଇବାପରେ ତାଲିମରେ ଅଭିଜ୍ଞତା ଅର୍ଜନ କରିଥିଲେ |ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ରାଜ୍ୟ ପ୍ରଶାସନ ତାଙ୍କୁ ପୁରୀ ଜିଲ୍ଲା ସବ ରେଜିଷ୍ଟାର ଭାବେ ନିଯୁକ୍ତି ଦେଇଛନ୍ତି | ଜଗନ୍ନାଥଙ୍କ ଧାମରେ କାର୍ଯ୍ୟ ଆରମ୍ଭ କରି ବହୁତ ଖୁସି ଓ ସବୁ ପ୍ରଭୁଙ୍କ ଇଛା ବୋଲି କହିଛନ୍ତି | ଯୋଗ ଦେବା ପରେ କାର୍ଯ୍ୟାଳୟରେ ଖୁସିର ମାହୋଲ ଖେଳିଯାଇଛି | ଅନେକ ଆଇନଜୀବୀ, ମୋହରିର, ଷ୍ଟାମ୍ପ ଭେଣ୍ଡର ଶ୍ରୀ ତରାଇଙ୍କ ଯୋଗଦାନ ପରେ ସ୍ୱାଗତ ଅଭିନନ୍ଦନ କରିଛନ୍ତି |