![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଗଞାମ– ଦେଶକୁ ଭିକାରିମୁକ୍ତ କରିବା ପାଇଁ ଉଭୟ କେଂଦ୍ର ଓ ରାଜ୍ଯ ସରକାର ଅନେକ ଯୋଜନା କରିଛନ୍ତି । 2018 ମସିହାରୁ ରାଜ୍ୟକୁ ଭିକାରି ମୁକ୍ତ କରି ସେମାନକୁଂ ମୂଖ୍ୟ ସ୍ରୋତକୁ ଆଣିବାକୁ ରାଜ୍ୟ ସରକାର ବ୍ଯାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି କ୍ରମରେ ଗଂଜାମ ଜିଲ୍ଲା ସାମାଜିକ ସୁରକ୍ଷା ଓ ପୁନରବାସ ବିଭାଗ ଓ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ସହର ତଥା ଜିଲ୍ଲାକୁ ଭିକାରିମୁକ୍ତ କରିବାପାଇଁ ଅନେକ ପଦକ୍ଷେପ ନିଆଯାଇଛି । ତେବେ ପ୍ରଶାସନର ଏହି ପଦକ୍ଷେପ କାଗଜ କଲମରେ ଅଟକି ଯାଇଛି। ଏବେବି ସହରରେ ମାଳମାଳ ଭିକାରି ଦେଖିବାକୁ ମିଳୁଛି ।ବିଶେଷ କରି ଶିଶୁ ଭିକାରୀ ଓ ରାଜ୍ୟ ବାହାର ଭିକାରିଙ୍କ ସଂଖ୍ଯା ବୃଦ୍ଧି ପାଇବା ଚିନ୍ତାର କାରଣ।ତେବେ ପ୍ରଶ୍ନ ଉଠୁଛି କେବେ ବ୍ରହ୍ମପୁର ହେବ ଭିକାରି ମୁକ୍ତ ?