
ନୂଆଦିଲ୍ଲୀ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହରିୟାଣାର ମାନନୀୟ ମୁଖ୍ୟମନ୍ତ୍ରୀ ନାୟବ ସାଇନିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ଆପଣଙ୍କ କୁଶଳ ନେତୃତ୍ୱରେ ରାଜ୍ୟରେ ବିକାଶ, ସମୃଦ୍ଧି ଓ ସାମାଜିକ ସଶକ୍ତିକରଣର ନୂଆ ପରିଭାଷା ଲେଖିଛି । ଈଶ୍ୱର ଆପଣଙ୍କୁ ଉତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ ପ୍ରଦାନ କରନ୍ତୁ ଏବଂ ହରିୟାଣା ଆପଣଙ୍କ ନେତୃତ୍ୱରେ ପ୍ରତିଦିନ ନୂଆ ଶିଖରକୁ ଛୁଉଁ, ଏହାହିଁ କାମନା କରୁଛି ।