ୱାଶିଂଟନ– ଆମେରିକାର 47ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଶପଥ ନେବା ପରେ ସର୍ବପ୍ରଥମେ ନିଜ ଓଭାଲ ଅଫିସରେ ପହଂଚିଛନ୍ତି । ସେ କଠୋର ଆଭିମୁଖ୍ୟ ଆପଣାଇ ପୂର୍ବବର୍ତ୍ତୀ ବାଇଡେନ ପ୍ରଶାସନର 78 ନିଷ୍ପତିକୁ ରଦ୍ଦ କରିଦେଇଛନ୍ତି । ଅନେକ କାର୍ଯ୍ୟକାରୀ ନିର୍ଦ୍ଦେଶ ଉପରେ ହସ୍ତାକ୍ଷର କରିଛନ୍ତି । ସେ କହିଛନ୍ତି ଯେ, ମିଳିତ ରାଷ୍ଟ୍ର ଆମେରିକା ଐତିହାସିକ ପ୍ୟାରିସ ଜଳବାୟୁ ବୁଝାମଣାରୁ ଓହରିଯିବ । ଡୋନାଲ୍ଡ ଟ୍ରମ୍ପ ଏହି ଅବସରରେ ଜାନୁୟାରୀ 6ର କ୍ୟପାଟାଲ ଦଙ୍ଗାରେ ସାମିଲ ସମସ୍ତ ଲୋକଙ୍କୁ କ୍ଷମା ଦେଇଛନ୍ତି ।
ଅଷ୍ଟ୍ରେଲିଆନ ବ୍ରଡକାଷ୍ଟିଂ କର୍ପୋରେସନର ରିପୋର୍ଟ ଅନୁସାରେ ଟ୍ରମ୍ପ ଜାନୁୟାରୀ 6ର କ୍ୟାପିଟାଲ ଦଙ୍ଗାରେ ସାମିଲ ସମସ୍ତ ଲୋକଙ୍କୁ କ୍ଷମା କରିଦେଇଛନ୍ତି । ସେ ଜେଲ ଅଧିକାରୀଙ୍କୁ ଦଙ୍ଗା ସମ୍ବନ୍ଧିତ ସମସ୍ତ କଏଦୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଚନ୍ତି । ରାଷ୍ଟ୍ରପତି ଭାବେ ସେ ଓଭାଲ କାର୍ଯ୍ୟାଳୟ ପୁଣିଥରେ ଫେରିବା ମାତ୍ରେ ହିଁ ସର୍ବପ୍ରଥମେ ବିଦ୍ରୋହରେ ସାମିଲ ପ୍ରାୟ 1500 ଲୋକଙ୍କୁ କ୍ଷମା କରିବା ନିର୍ଦ୍ଦେଶ ଉପରେ ହସ୍ତାକ୍ଷର କରିଛନ୍ତି ।