-
ଠିକାଦର ଓ ଇଂଜିନିୟର ଅଟକ
ଭୁବନେଶ୍ୱର – ଗତକାଲି ମଧ୍ୟରାତ୍ରିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ଘାଟିରେ ନିର୍ମାଣଧୀନ ଟର୍ମିନାଲ ଲିଙ୍କ୍ ବିଲ୍ଡିଂ ଭୁଶୁଡିପଡିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ଏହି ଘଟଣା ଉପରେ ଦିଲ୍ଲୀ ସ୍ଥିତ ଏୟାର ଅଥରିଟି ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ଟିମ୍ ତଦନ୍ତ କରିବ ବୋଲି ଭୁବନେଶ୍ୱର ଏୟାରପୋର୍ଟ ନିଦେ୍ର୍ଧଶକ ବି.ବି ରାଓ ସୂଚନା ଦେଇଛନ୍ତି ।
ସେହିପରି ଭୁବନେଶ୍ୱର ଡିସିପି ଅନୁପ ସାହୁ ଉକ୍ତ ଘଟଣା ଉପରେ ତଦନ୍ତ ପାଇଁ ପୂର୍ତ ଏବଂ ଫରେନ୍ସିକ୍ ବିଶେଷଜ୍ଞଙ୍କୁ ନେଇ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିବା କହିଛନ୍ତି । ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଦିଲ୍ଲୀପ ଘଟେଇ ଏବଂ ଇଂଜିନିୟରଙ୍କୁ ପୋଲିସ୍ ପଚରାଉଚରା କରୁଛି । କମିଟିର ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ଆଇନଗତ କାର୍ଯ୍ୟାନୁÂାନ ନିଆଯିବ । ଯୋଜନା , କାର୍ଯ୍ୟାନ୍ୱୟନ ଓ ସୁରକ୍ଷା ବ୍ୟବସ୍ଥା ଠିକ୍ ଥିଲା କି ନାହିଁ ତା ଉପରେ ଏହି ଟିମ୍ ଅନୁଧ୍ୟାନ କରିବ ।
ଖବର ନେବାରେ ଜଣାଯାଏ ପ୍ରାୟ ୮୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନିମାଣ କାର୍ଯ୍ୟ ·ଲିଥିଲା । ତିନି ମାସ ହେବ ନିମାଣ କାର୍ଯ୍ୟ ·ଲିଥିବା ବେଳେ ଗତକାଲି ରାତିରେ ଶ୍ରମିକଙ୍କୁ ଲଗାଇ କାର୍ଯ୍ୟ ·ଲିଥିଲା । ଏହି ସମୟରେ ଅ·ନକ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକ ଅନ୍ତର୍ଯ୍ୟମୀ ଗୁରୁଙ୍କର ମୃତ୍ୟୁ ହୋଇଥିଲା ।