ଇମ୍ଫାଲ -ମଣିପୁର ପୋଲିସ 5.87 କିଲୋଗ୍ରାମ ବ୍ରାଉନ ସୁଗାର ସହିତ 4ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି।ପୋଲିସ ଶନିବାର କହିଛି ଯେ ସେନାପତି ଜିଲ୍ଲାର ଖାବୁଙ୍ଗ କାରୋଡ ନିକଟ ସ୍ଥିତ ଚିଫାଓଦାଇ ଗ୍ରାମରୁ ମଣୀପୁର ପୋଲିସ 5.87 କିଲୋଗ୍ରାମ ବ୍ରାଉନ ସୁଗାର (ସାବୁନ ବକ୍ସ କେସ ସମେତ ଓଜନ)ଜବତ କରିଛି।ଏହି ନିଷେଧ ପଦାର୍ଥ 40 ବର୍ଷୀୟ ମହିଳା ଏନ.ସୋହ୍ରୀଙ୍କ ଘରୁ ଉଦ୍ଧାର କରାଯାଇଛି।ଏହି ମାମଲାରେ ଚାରିଜଣଙ୍କୁ ଗିରଫ କରାଯାଇଛି।ଗିରଫ ବ୍ୟକ୍ତିଙ୍କ ନାମ ଖୋବୀ(27),ରେବିଖୋ(23),ଲୋବୀ(24)ତଥା ବେଇପୁଖୋ(23)ବୋଲି ଜଣାପଡିଛି।ଏହି ମାମଲାରେ ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।
Related Stories
January 21, 2025
January 21, 2025