କଟକ– ପ୍ରସିଦ୍ଧ ଶିଶୁ ସାହିତ୍ୟିକ ସ୍ୱର୍ଗତ ରାମକୃଷ୍ଣ ନନ୍ଦଙ୍କ କନ୍ୟା ସ୍ବର୍ଗତା ଶୈଳବାଳା ମହାପାତ୍ର ଓ ଫୁଲେଶ୍ୱରୀ ବିହାର, ଭୁବନେଶ୍ୱରନିବାସୀ ଡକ୍ଟର ଶମ୍ଭୁଦୟାଲ ଅଗ୍ରୱାଲଙ୍କୁ ଚଳିତବର୍ଷ ପାଇଁ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର ଦିଆଯିବ ବୋଲି ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ପକ୍ଷରୁ ଘୋଷଣା କରାଯାଇଛି।
ନ୍ୟାସର ଆବାହକ ଦୀପକ କୁମାର ମହାନ୍ତ ଆଜି ଏଠାରେ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଆସନ୍ତା ୧୪ ତାରିଖ ପୂର୍ବାହ୍ନରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏଥିରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନମୋହନ ଦାସ ମୁଖ୍ୟ ଅତିଥି ଓ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଇଂରାଜୀ ବିଭାଗର ପୂର୍ବତନ ପ୍ରଫେସର ତଥା ମୁଖ୍ୟ ଡକ୍ଟର ଯତୀନ୍ଦ୍ର କୁମାର ନାୟକ ମୁଖ୍ୟ ବକ୍ତା ରୂପେ ଯୋଗଦେବେ।
ଉଲ୍ଲେଖଯୋଗ୍ୟ ଯେ, ପ୍ରୁଫ୍-ସଂଶୋଧନର ଗୁରୁତ୍ୱକୁ ସମାଜ ଆଗରେ ଉପସ୍ଥାପନ କରିବା ସଙ୍ଗେସଙ୍ଗେ ପ୍ରୁଫ୍-ସଂଶୋଧକମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ତରଫରୁ ପ୍ରତିବର୍ଷ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ-ସଂଶୋଧକଙ୍କୁ ଅର୍ଥରାଶି ସହ ପୁରସ୍କୃତ କରାଯିବ ବୋଲି ଗତ ଫେବ୍ରୁଆରି ମାସରେ ଘୋଷଣା କରାଯାଇଥିଲା।
Related Stories
January 13, 2025
January 13, 2025