ନୁଆଦିଲ୍ଲୀ -କେନ୍ଦ୍ରମନ୍ତ୍ରୀ ଜ୍ୟେତିରାଦିତ୍ୟ ସିନ୍ଧିୟାଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକିଲ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଅଷ୍ଟଲକ୍ଷ୍ମୀ ମହୋତ୍ସବ ରୁପରେ ସମଗ୍ର ପୁର୍ବୋତ୍ତର ପର୍ଯ୍ୟଟନର ଅବସରରେ ଏବଂ ପାରମ୍ପରିକ ଶିଳ୍ପକଳାକୁ ପାଳନ କରିଥାଏ।ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ହ୍ୟାଣ୍ଡଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟେତିରାଦିତ୍ୟ ସିନ୍ଧିୟା ବିସ୍ତୃତ ଭାବରେ କହିଛନ୍ତି ଯେ ଉନ୍ନତ ସଂଯୋଗ,ଡିଜିଟାଲ ସମାବେସନ ଏବଂ ଭିତ୍ତିଭୁମିର ବିନିଯୋଗ ମାଧ୍ୟମରେ ପୁର୍ବ ଭାରତରେ ମହତ୍ତ୍ୱପୁର୍ଣ୍ଣ ଅଭିବୃଦ୍ଧି ହେଉଛି।ଅଷ୍ଟଲକ୍ଷ୍ମୀ ମହୋତ୍ସବ ଭାବରେ ପୁର୍ବୋତ୍ତରର ପାରମ୍ପରିକ ହସ୍ତଶିଳ୍ପ ,ପର୍ଯ୍ୟଟନ ସୁଯୋଗ ଏବଂ ପାରମ୍ପରିକ ଶିଳ୍ପକଳା ଉତ୍ସବ ଦିଲ୍ଲୀରେ ପାଳନ କରାଯାଉଛି।ସୁଚନାଯୋଗ୍ୟ ଯେ ଅଷ୍ଟଲକ୍ଷ୍ମୀ ମହୋତ୍ସବ ପୁର୍ବୋତ୍ତରରର ଆଠ ରାଜ୍ୟର ତିନି ଦିନିଆ ସାଂସ୍କୃତିକ ଉତ୍ସବ ଅଟେ,ଯାହା ପ୍ରଥମ ଥର ପାଇଁ 6 ରୁ ଆଠ ଡିସେମ୍ବର ପର୍ଯ୍ୟନ୍ତ ନୁଆଦିଲ୍ଲୀରେ ଭାରତ ମଣ୍ଡପମରେ ପାଳନ କରାଯାଉଛି।
Related Stories
January 16, 2025