ସିଭନୀ– ମଧ୍ୟପ୍ରଦେଶର ସିଭନୀ ଜିଲ୍ଲାରେ ଧୁମା ଥାନା ଅଂଚଳରେ ରବିବାର ସକାଳେ ଏକ ଦ୍ରୁତଗତିରେ ଆସୁଥିବା ଆମ୍ବୁଲାନ୍ସ ପଥଚାରୀଙ୍କୁ ଧକ୍କା ଦେବା ପରେ ଏକ ଖୁଂଟରେ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଖୁଂଟରେ ଧକ୍କା ହେବା ପରେ ଆମ୍ବୁଲାନ୍ସଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣାରେ ବିହାରର 4ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 5ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ 3ବର୍ଷର ଶିଶୁ ମଧ୍ୟ ରହିଛି । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ କରୁଛି ।
ପୋଲିସ ସୂଚନା ମୁତାବକ ରବିବାର ସକାଳ ପ୍ରାୟ 9ଟା ବେଳେ ଜବଲପୁର ରୋଡର ଧାରାପାଡା ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା । ଆମ୍ବୁଲାନ୍ସଟି ଆନ୍ଧ୍ରର କୁରନୁଲରୁ ୟୁପିର ଗୋରଖପୁର ଯାଉଥିଲା । ଧୁମାର ଧାରପାଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।