ରାୟପୁର/ସରଗୁଜା– ଛତିଶଗଡ଼ର ସରଗୁଜାରେ ରବିବାର ସକାଳେ ଏକ ସ୍କୋଡା କାର୍- ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଉଦୟପୁର ଥାନା ଅନ୍ତର୍ଗତ୧୩୦ ନଂ ଜାତୀୟ ରାଜପଥର ଗୁମଗା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାର୍ ରେ ଯାତ୍ରା କରୁଥିବା ୫ ଜଣଙ୍କ ମୃତ୍ୟୁ ଘଟିଛି । ୪ ଜଣ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଜଣେ ଯୁବକକୁ ମେଡିକାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକମାନଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
Related Stories
January 16, 2025