କଟକ– କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଶେରମୁଣ୍ଡା ବିଟ୍ ରଘୁପାଣି ବନ୍ଧ ନିକଟରେ ଏକ ହାତୀକୁ ତୀର ମାଡ଼ ହୋଇଛି । ହାତୀଟି ଦେହରେ ୨ଟି ତୀର ବାଜିଛି । ହାତୀଟିର ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତାର ଅବସ୍ଥା ଗୁରୁତର ରହିଛି । କୌଣସି ଶିକାରୀ ହାତୀଟିକୁ ତୀରମାଡ କରିଥିବା ସନ୍ଦେହ କରୁଛି ବନ ବିଭାଗ ।
ହାତୀଟିକୁ ତୀର ମାଡ଼ ହୋଇଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଜଣାଇଥିଲେ । ପରେ ହାତୀଟିର ଚିକିତ୍ସା ପାଇଁ ଢେଙ୍କାନାଳ ଓ ନନ୍ଦନକାନନରୁ ଟିମ୍ ସେଠାରେ ପହଂଚିଛନ୍ତି । ଅନ୍ୟପକ୍ଷରେ ବନ ବିଭାଗ ହାତୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଉଦ୍ୟମ ଚଳାଇଛି । ଟ୍ରାଙ୍କୁଲାଇଜ୍ ପରେ ହାତୀଟିର ଚିକିତ୍ସା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।