ମୁମ୍ବାଇ– ବଲିଉଡ ଅଭିନେତା ପ୍ରବୀଣ ଡବାସଙ୍କର ଶନିବାର ସକାଳେ ଭୟଙ୍କର କାର ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଛନ୍ତି । ଗଭୀର ଆଘାତ କାରଣରୁ ଅଭିନେତା ବାନ୍ଦ୍ରାର ହେଲି କ୍ରାସ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି।ସୁତ୍ରରୁ ମିଳିଥିବା ସୁଚନାନୁସାରେ ଏବେ ପ୍ରବୀଣ ଡବାସଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ରହିଛି । କୁହାଯାଉଛି ଯେ ଏହି ଦୁର୍ଘଟଣା ସମୟରେ ପ୍ରବୀଣ ନିଜେ ଗାଡି ଚଲାଉଥିଲେ। ତେବେ ଅଭିନେତାଙ୍କ ସହ ଏହି ଦୁର୍ଘଟଣା କେତେବେଳେ ଏବଂ କେଉଁଠାରେ ହୋଇଛି ସେହି ବିଷୟରେ ବର୍ତ୍ତମାନ କୌଣସି ସୁଚନା ପ୍ରକାଶ କରାଯାଇନାହିଁ । ବର୍ତ୍ତମାନ ତାଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି,ଯେଉଁଠାରେ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ସହ ଅଛନ୍ତି। ପ୍ରୀତି ଝାଙ୍ଗିୟାନୀ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଦୁର୍ଘଟଣା ପରେ ମୁଁ ଏବଂ ମୋର ପରିବାର ଚିନ୍ତାରେ ଅଛୁ।ମେଡିକାଲ ଅପଡେଟ ଅନୁଯାୟୀ ପ୍ରବୀଣ ଗୁରୁତର ଆହତ ହୋଇଛନ୍ତି। ଡାକ୍ତର ଏହା ଜାଣିବା ପାଇଁ ସିଟିସ୍କାନ ଏବଂ ଅନ୍ୟାନ୍ୟ ପରୀକ୍ଷା କରୁଛନ୍ତି , କାରଣ ସେ ଏହି ସମୟରେ ଅଧିକ ବୁଲାବୁଲି କରିପାରିବନାହିଁ। ଦୁର୍ଘଟଣା ପୁର୍ବରୁ ସେ ତାଙ୍କ କାମରେ ବହୁତ ବ୍ୟସ୍ତ ଥିଲେ।
Related Stories
October 6, 2024