ବଲାଙ୍ଗିର: ଚଳିତ ବର୍ଷ ରେଳ ବଜେଟରେ ବଲାଙ୍ଗିର ଜିଲ୍ଲାକୁ ଅବହେଳା କରାଯାଇଥିବା ଅତ୍ୟନ୍ତ ନିନ୍ଦନୀୟ । ସୂଚନାଯୋଗ୍ୟ ଖୋର୍ଦ୍ଧା ରୋଡରୁ ବଲାଙ୍ଗିର ଦେଇ ରାୟପୁର ରେଳ ପ୍ରକଳ୍ପ ୧୯୪୫ ମସିହାରେ ଚୁଡାନ୍ତ ହୋଇଥିଲା । ପରବର୍ତ୍ତି କାଳରେ ଉକ୍ତ ପ୍ରକଳ୍ପ ଖୋର୍ଦ୍ଧା ରୋଡ ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସଂପାଦିତ ହୋଇଆସୁଅଛି । ଇତି ମଧ୍ୟରେ ବଲାଙ୍ଗିର ଠାରୁ ରାୟପୁର କୁ ସଂଯୋଗ କରିବା ପାଇଁ ଲାଠୋର ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଚୁଡାନ୍ତ ହୋଇ ସାରିଥିଲେ ମଧ୍ୟ ଚଳିତ ରେଳ ବଜେଟରେ ଉକ୍ତ ପ୍ରକଳ୍ପ ପାଇଁ ଅର୍ଥର ବ୍ୟବସ୍ଥା କରାଯାଇନଥିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏହି ପ୍ରକଳ୍ପ ଦ୍ୱାରା ପବିତ୍ର ତୀର୍ଥ ସ୍ଥଳ ହରିଶଙ୍କରକୁ ପର୍ଯ୍ୟଟକମାନେ ଆସି ପାରିବେ ଏବଂ ଖୋର୍ଦ୍ଧା ରୋଡରୁ ରାୟପୁରକୁ ପ୍ରାୟ ୩୦୦ କିଲୋମିଟର ଦୂରତ୍ୱ କମିଯିବା ସହ ଆଦିବାସୀ ବହୁଳ ମରୁଡି ପ୍ରବଳ ଅଂଚଳର ଶ୍ରମିକମାନଙ୍କୁ କାମଧନ୍ଦା ମଧ୍ୟ ମିଳିପାରିବ । ଏହା ବ୍ୟତିତ ଆମ ଅଂଚଳରୁ ସିଧାସଳଖ ଦିଲ୍ଲୀ ଦେଇ ଜାମ୍ମୁ-କାଶ୍ମିରକୁ ଯିବା ପାଇଁ ଟ୍ରେନ ସେବା ନାହିଁ । ଏଥିପାଇଁ ସମ୍ବଲପୁର ଠାରୁ ଜାମ୍ମୁ ତାୱିକୁ ଚାଲୁଥିବା ଟ୍ରେନକୁ ଟିଟିଲାଗଡ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା ନିମନ୍ତେ ଦିର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରାୟ ୧୦ଟି ଜିଲ୍ଲାର ଜନସାଧାରଣଙ୍କୁ ନିରାଶ କରାଯାଉଅଛି । ସୁତରାଂ ବଲାଙ୍ଗିର ଠାରୁ ପାଟଣାଗଡ – ଲାଠୋର ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ନିମନ୍ତେ ଚଳିତ ବର୍ଷର ବଜେଟରେ ବ୍ୟବସ୍ଥା କରାନଯାଇ ନିର୍ମାଣ କାର୍ଯ୍ୟ ଯଥାଶିଘ୍ର ଆରମ୍ଭ କରାଯିବା ଏବଂ ସମ୍ବଲପୁର ଠାରୁ ଜାମ୍ମୁ ତାୱିକୁ ଚାଲୁଥିବା ଟ୍ରେନକୁ ଟିଟିଲାଗଡ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା ନିମନ୍ତେ ସିଭିଲ ସୋସାଇଟି ସଭାପତି ତଥା ପୂର୍ବତନ ଜେଡ୍ଆରୟୁସିସି ସଦସ୍ୟ ନିଳମଣି ମିଶ୍ର ବିଭାଗୀୟ ମନ୍ତ୍ରୀ ଏବଂ ପାଟଣାଗଡ ବିଧାୟକ ତଥା ଉପ-ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରିଛନ୍ତି ।
Related Stories
October 15, 2024