ବଲାଙ୍ଗିର– ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ବଲାଙ୍ଗୀର ତରଫରୁ ଶିଶୁ ମାନଙ୍କ ପାଇଁ ଜିଲ୍ଲା ସ୍ତରୀୟ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଯୋଜନା ଉପଯୋଗ ପାଇଁ ପରାମର୍ଶ ଶିବିର ଅରୁଣା – ସିଆର ଏସ୍ ର ମିଳିତ ଉଦ୍ୟମରେ ସ୍ଥାନିୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହଠାରେ ଗତକାଲି ବଲାଙ୍ଗୀରର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ କହିଲେ ,ଆମେ ସମସ୍ତେ ଜଣ ମଙ୍ଗଳ ରାଷ୍ଟ୍ରର ପ୍ରର୍ତିନିଧିଭାବେ ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସମସ୍ତ ପ୍ରକାର ସମାଧାନ ପାଇଁ ଚେଷ୍ଟା କରିବା ଦ୍ୱାରା ଶିଶୁ ମାନଙ୍କର ସର୍ବାଙ୍ଗୀନ ମଙ୍ଗଳ ହୋଇ ପାରିବ।ଏହି ଜିଲ୍ଳା ପରାମର୍ଶ ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ ଅନୁଷ୍ଠିତ ହୋଇଯାଇଛି।ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ମଙ୍ଗଳ ସୁରକ୍ଷା କମିଟି ର ନିଷ୍ପତ୍ତି ବ୍ଲକ ସ୍ତରୀୟ ଶିଶୁ ମଙ୍ଗଳ ସୁରକ୍ଷା କମିଟି,ଜିଲ୍ଲା ସ୍ତରୀୟ ଶିଶୁ ମଙ୍ଗଳ ସୁରକ୍ଷା କମିଟି ର ସମନ୍ୱୟ ରକ୍ଷା କରି ଶିଶୁଙ୍କର ବିକାଶ ହୋଇପାରିବ ବୋଲି ଜନାଇବାସହ, କମିଟିରେ ନିଷ୍ପତିଗୁଡ଼ିକ ଶିଶୁ ଙ୍କ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି,ଶିଶୁ ମାନଙ୍କ ପାଇଁ ବଲାଙ୍ଗୀର ଜିଲ୍ଲାର ୧୦୦ ଟି ପଞ୍ଚାୟତରେ ଥିମା ୩ ରେ ୮୯ ଲକ୍ଷ୍ୟ ଟଙ୍କା ବଜେଟ୍ ରେ ରଖିଥିବାରୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ।ଶିଶୁ ମାନଙ୍କ ପାଇଁ ବିଭିନ୍ନ ସମସ୍ୟାରେ ଥିବା ଶିଶୁ ଯଥା – ପିତୃ ହିନ,ମାତୃ ଓ ପିତୃ ହିନ, ପରିତ୍ୟକ୍ତ,ଏଚ ଆଇ ଭି ଏଡ଼ସ, ଅସମର୍ଥ ଥିବା ପିତା,ମାତା ଙ୍କ ଶିଶୁ ଙ୍କ ପାଇଁ ଉଦ୍ଧିଷ୍ଟ।ଏହି ଅବସରରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୋଦ କୁମାର ମିଶ୍ର ଜିଲ୍ଲାରେ ଶିଶୁଙ୍କ ପାଇଁ ସାମୟିକ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଗ୍ରାମ ପଞ୍ଚାୟତ ରେ ଥିବଗ୍ରମ ପଞ୍ଚାୟତ ଉନ୍ନୟନ ପାଣ୍ଠି ର ବାର୍ଷିକ ଯୋଜନା ରେ ଅନ୍ ଟାଏଡ଼ ପାଣ୍ଠି କୁ ଶିଶୁଙ୍କ ଉଦ୍ଦେଶ୍ୟରେ ଆପାତକାଳିନ ବ୍ୟବସ୍ଥା ପାଇଁ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ୨୦୨୨ ଅନୁସାରେ ଏ ବର୍ଷ ୨୦୨୪- ୨୦୨୫ ଆର୍ଥିକ ବର୍ଷ ରେ ଗ୍ରାମ ପଞ୍ଚାୟତ ସ୍ତରରେ ୫ % ବଜେଟ୍ ରେ ସ୍ଥାନ ଦେବାକୁ ସମସ୍ତଙ୍କୁ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷ ଲମ୍ବୋଦର ଦୀପ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟରତ ବୋଲି ଜଣାଇଥିଲେ।ଏହିଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା – ସିଆରଏସ ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ର ପି ପି ଟି ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ।ଏହି ଅବସରରେ ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର, ଆଇନ୍ ପରିବିକ୍ଷାକ ଦିଗମ୍ବର କର ଶିଶୁ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଉପରେ ମତାମତ ପ୍ରଦାନ କରିଥିଲେ।
ଏହି ପରାମର୍ଶ ଶିବିରରେ ବ୍ଲକ୍ ର ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ, ପ୍ରୋଗେଶିଭ ଆସିଷ୍ଟାଣ୍ଟ, ଶିଶୁ ଯତ୍ନ ଅନୁଷ୍ଠାନ,ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ସ୍ବେଚ୍ଛାସେବୀ ଅନୁଷ୍ଠାନର – ୱାସିଦିଏ,ରେଆର୍,ଦୟାସାଗର ଟ୍ରଷ୍ଟ,ସ୍ମାଇଲ ଫର୍ ଅଲ ଫାଉଣ୍ଡେସନ, ଏଫ୍ ଏଚ୍ ଡି ଇଣ୍ଡିଆ,ଉତ୍କଳ ସେବକ ସମାଜ, ୱାଇ ସି ଡି ଏ, ର କର୍ମ କର୍ତ୍ତା ଉପସ୍ଥିତ ଥିଲେ। ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।