ବଲାଙ୍ଗିର– ସୁଭଦ୍ରା ଫର୍ମ ଆବେଦନ ପାଇଁ ଟଙ୍କା ନେଇ ଜଣେ ଗିରଫ । ମନି ଗାଁ ସିଏସସିର ଏହି କର୍ମଚାରୀଙ୍କୁ ଗିରଫ କରିଛି ଟିଟିଲାଗଡ଼ ପୋଲିସ । ସୁଭଦ୍ରା ଯୋଜନାରେ ଅନ୍ ଲାଇନ୍ ଆବେଦନ କରିବା ନିମନ୍ତେ ସମ୍ପୃକ୍ତ କର୍ମଚାରୀ ଜଣକ ମହିଳାଙ୍କ ଠାରୁ ଟଙ୍କା ନେଉଥିଲେ । ଏନେଇ ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରିଛି । ତାଙ୍କ ନାମ ଆକାଶ ସାହୁ ବୋଲି ଜଣାପଡିଛି । ସେ ୧୫୦ ଜଣଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ନେଇଥିଲେ । ଘଟଣାରେ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ନେଇ ଟିଟିଲାଗଡ଼ ଥାନା ଅଧିକାରୀ ବିଶ୍ଵଜିତ ମନବୋଧ ସୂଚନା ଦେଇଛନ୍ତି ।
Related Stories
October 15, 2024