ରାଞ୍ଚି-ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଭିନ୍ନ ଭିନ୍ନ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତି ଜୋରଦାର କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପି ମିଶନ 2024କୁ ନେଇ ସ୍ୱତନ୍ତ୍ର ରଣନୀତି ଉପରେ କାମ ଆରମ୍ଭ କରିଛି । ଝାରଖଣ୍ଡରେ ଆଗାମୀ କିଛି ଦିନ ମଧ୍ୟରେ ବିଜେପିର ବହୁ ବଡ ନେତାଙ୍କ କାର୍ଯ୍ୟକ୍ରମ ହେବ । ଝାରଖଣ୍ଡରେ 15 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଆବାସ ଉପହାର ଭେଟିଦେବେ। ଏଥି ସହିତ 21 ସେପ୍ଟେମ୍ବରରେ ଗୃହମନ୍ତ୍ରୀ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିବେ । ନିର୍ବାଚନ ରଣନୀତି ଏବଂ ଆସନ ବଣ୍ଟନ ଉପରେ ଆଲୋଚନା ପାଇଁ ବିଜେପି ପ୍ରତିଦିନ ବୈଠକ କରୁଛି। ବିଜେପି ଏବେ ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କୁ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଭାବେ ନିଯୁକ୍ତ କରିଛି। ତାଙ୍କୁ 40 ଆଦିବାସୀ ବହୁଳ ସିଟରେ ପ୍ରଚାର କରିବା ଦାୟିତ୍ୱ ଦିଆଯାଇଛି।
Related Stories
October 6, 2024