ନୂଆଦିଲ୍ଲୀ– ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ସିବିଆଇ ସହିତ ଜଡିତ ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତିସୁପ୍ରିମକୋର୍ଟ । ଜଷ୍ଟିସ ସୁର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବେଞ୍ଚ 10 ଲକ୍ଷ ଟଙ୍କା ମାଚାଲିକାରେ ଜାମିନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଜାମିନ ସମୟରେ କେଜ୍ରିୱାଲ ଏହି କେସର ମେରିଟ ଉପରେ ସର୍ବସାଧାରଣରେ କିଛି କହିବେ ନାହିଁ। ସେ ଟ୍ରାଏଲ କୋର୍ଟରେ ସମ୍ପୂର୍ଣ୍ଣ ସହଯୋଗ କରିବେ। କୋର୍ଟ କହିଛନ୍ତି ଯେ ଇଡିର ମାମଲାରେ ଜାମିନ ପାଇଁ ଯେଉଁ ସର୍ତ୍ତ ଲାଗିଛି ସିବିଆଇର ମାମଲାରେ ମଧ୍ୟ ଲାଗୁ ହେବ। କୋର୍ଟ କହିଛନ୍ତି ଯେ କେଜ୍ରିୱାଲଙ୍କୁ ଗିରଫ କରି ସିବିଆଇ କୌଣସି ଆଇନର ଉଲଂଘନ କରିନାହିଁ।