ନୂଆଦିଲ୍ଲୀ– ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହି ଜାମିନ ଉପରେ ଆମ୍ ଆଦମୀ ପାର୍ଟି ଏହାକୁ ସତ୍ୟର ବିଜୟ ବୋଲି କହିଛି । ଆପର ଏହି ବୟାନ ଉପରେ ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ନିଶାନା ସାଧି କହିଛନ୍ତି ଯେ, ଅରବିନ୍ଦ କେଜରିୱାଲ ଏକ ଦାୟିତ୍ୱ ହୀନ ସରକାରର ଦାୟିତ୍ୱହୀନ ମୁଖ୍ୟମନ୍ତ୍ରୀ ଅଟନ୍ତି । ଏଥିପାଇଁ ସତ୍ୟମେବ ଜୟତେର ପ୍ରୟୋଗ କରିବା ଉଚିନ ନୁହେଁ । ବାଂଶୁରୀ କହିଛନ୍ତି ଯେ, ଅରବିନ୍ଦ କେଜରିୱାଲଙ୍କୁ ସସର୍ତ୍ତ ଜାମିନ ମିଳିଛି, ସେ ମୁକ୍ତ ହୋଇନାହାନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଅରବିନ୍ଦ କେଜରିୱାଲଙ୍କ ବୈଧ ଥିଲା । ଏହାର ଅର୍ଥ ତଦନ୍ତକାରୀ ସଂସ୍ଥା ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ଓ ସାମଗ୍ରୀ ଥିଲା, ଯେଉଁଥିରୁ ନିଷ୍କର୍ସ ବାହାରିଛି ଯେ, ଅରବିନ୍ଦ କେଜରିୱାଲଙ୍କ ଗିରଫଦାରି ଉଚିତ ଥିଲା ।
Related Stories
October 6, 2024