ରାଂଚି– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର 15ରେ ଝାରଖଣ୍ଡ ଗସ୍ତ କରିବେ । ସେ ଜାମସେଦପୁରରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଭେଟିଦେବେ । ଏହାସହିତ ଗୋପାଳ ମୈଦାନରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସଭାରେ ସାମିଲ ହେବେ । ଏହି ଅବସରରେ ସେ ରୋଡ୍ ସୋ କରିବେ । ପ୍ରଧାନମନ୍ତ୍ରୀ ଝାରଖଣ୍ଡରେ ପ୍ରାୟ 6 ଘଂଟା ରହିବେ । ପ୍ରଧାନମନ୍ତ୍ରୀ ରବିବାର ସକାଳ 8.45 ମିନିଟ ସମୟରେ ବିର୍ସା ମୁଣ୍ଡା ଏୟାରପୋର୍ଟରେ ପହଂଚିବେ । ଏହାପରେ ହେଲିକପ୍ଟରରେ ଜାମସେଦପୁର ଯିବେ । ପୁଣି ସୋନାରୀ ଏୟାରପୋର୍ଟରୁ ଟାଟାନଗର ରେଲୱେ ଷ୍ଟେସନ ଯିବେ । ଏଠାରେ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ । ଏହାସହିତ 21ହଜାର କୋଟିର ବିକାଶ ମୂଳକ ଯୋଜନାର ଶିଳାନ୍ୟାସ ଉଦଘାଟନ କରିବେ । ଜାମସେଦପୁରରେ ଅଧଘଂଟା ଯାଏ ସେ ରୋଡ୍ ସୋ କରିବେ । ରୋଡ୍ ସୋ ପରେ ସେ ଗୋପାଳ ମୈଦାନରେ ପହଂଚିବେ ଏବଂ ସେଠାରେ ସଭାକୁ ସଂବୋଧିତ କରିବେ ।
Related Stories
October 9, 2024