ନୂଆଦିଲ୍ଲୀ– ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଆମେରିକା ଯାତ୍ରା ପରେ ବି ସେନାକୁ ପ୍ରଥମ ହେଲିକପ୍ଟର ଆସନ୍ତା ବର୍ଷ ପୂର୍ବରୁ ଯୋଗାଇବାର ସମ୍ଭାବନା ନାହିଁ, କାରଣ ବୋଇଂ କହିଛି ଯେ, ତାକୁ ସପ୍ଲାଏ ଚେନର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ୟୁଏସ ନିର୍ମିତ ଏଏଚ-64ଇ ହେଲିକପ୍ଟର ଯୋଗାଣରେ ବିଳମ୍ବ କାରଣରୁ ଆମେରିକୀୟ କଂପାନୀ ବୋଇଂର ସପ୍ଲାଏ ଚେନ ବାଧିତ ହେବ, ଯାହାଦ୍ୱାରା ଉତ୍ପାଦନ ଧୀମା ପଡିଛି । ଏହା ସତ୍ତ୍ୱେ ଭାରତରକୁ ପ୍ରଥମ ହେଲିକପ୍ଟର ଆସନ୍ତା ବର୍ଷ ମିଳିବାର ସମ୍ଭାବନା ରହିଛି, ଯାହା ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲରୁ ପ୍ରାୟ ଏକ ବର୍ଷ ପଛୁଆ ଅଟେ । ଭାରତୀୟ ସେନା ମେରିକାରୁ 2020ରେ 6 ଏଏଚ-64ଇ ଆପାଚେ ଆଟାକ ହେଲିକପ୍ଟର ହାସଲ କରିବା ପାଇଁ 6ଶହ ମିଲିୟନ ଡଲାରର ବୁଝାମଣା ସ୍ୱାକ୍ଷର କରିଛି । ଚଳିତ ବର୍ଷ ମାର୍ଚ୍ଚ 15ରେ ଯୋଧପୁରରେ ଆପାଚେ ଯୁଦ୍ଧ ହେଲିକପ୍ଟରର ପ୍ରଥମ ସ୍କ୍ୱାଡ୍ରନ ସ୍ଥାପନ କରିଛି ସେନା ।
Related Stories
October 9, 2024