ନୂଆଦିଲ୍ଲୀ– କର୍ମଚାରୀ ପେନସନ ଯୋଜନା(ଇପିଏସ୍)ର ପେନସନଭୋଗୀଙ୍କ ପାଇଁ ଭଲ ଖବର ଅଛି। କେନ୍ଦ୍ର ସରକାର କେନ୍ଦ୍ରୀକୃତ ପେନସନ ପାଇବା ପ୍ରଣାଳୀ(ସିପିପିଏସ୍)କୁ ମଞ୍ଜରୀ ଦେଇଛନ୍ତି। ଏଥିରେ ଇପିଏସ୍ ପେନସନ୍ଭୋଗୀଙ୍କୁ ୧ ଜାନୁଆରୀ, ୨୦୨୫ରୁ ଦେଶରେ କୌଣସି ଜାଗା, କୌଣସି ବ୍ୟାଙ୍କ ଏବଂ କୌଣସି ଶାଖାରୁ ପେନ୍ସନ ମିଳିବ। ଏହି ଅନୁଯାୟୀ ୭୮ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଫାଇଦା ହେବ, ଯେଉଁ କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍ଓ)ର ଅଂଶ ଅଟନ୍ତି। ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ବୁଧବାରକୁ ଜାରି ବୟାନରେ କହିଛନ୍ତି ଯେ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ତଥା ଇପିଏଫ୍ର କେନ୍ଦ୍ରୀୟ ନ୍ୟାସୀ ବୋର୍ଡ଼ର ଅଧ୍ୟକ୍ଷ କର୍ମଚାରୀ ପେନସନ ଯୋଜନା, ୧୯୯୫ ପାଇଁ କେନ୍ଦ୍ରୀକୃତ ପେନସନ ପାଇବା ପ୍ରଣାଳୀ(ସିପିପିଏସ୍)ର ପ୍ରସ୍ତାବକୁ ନିଜ ମଞ୍ଜୁରୀ ଦେଇଛନ୍ତି। ଏହା ଉପରେ ନିଜର ପ୍ରତିକ୍ରିୟା ଦେଇ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ଡା. ମନସୁଖ ମଣ୍ଡାବିୟା ଜାରୀ ବୟାନରେ କହଛନ୍ତି ଯେ ଇପିଏସ୍ ପେନସନଭୋଗୀ ୧ ଜାନୁଆରୀ, ୨୦୨୫ରୁ ଭାରତରେ କୌଣସି ସ୍ଥାନ, କୌଣସି ବ୍ୟାଙ୍କ ଏବଂ କୌଣସି ବି ଶାଖାରୁ ପେନ୍ସନ ପ୍ରାପ୍ତ କରିପାରିବେ। ଏହି ଐତିହାସିକ ନିର୍ଣ୍ଣୟ ବିଷୟରେ କେନ୍ଦ୍ରମନ୍ତ୍ରୀ ଡା. ମନସୁଖ ମଣ୍ଡାବିୟା କହିଛନ୍ତି ଯେ କେନ୍ଦ୍ରୀକୃତ ପେନ୍ସନ ପ୍ରଣାଳୀ(ସିପିପିଏସ୍)ର ସ୍ୱୀକୃତି ଇପିଏଫ୍ଓର ଆଧୁନିକୀକରଣରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।