ନୂଆଦିଲ୍ଲୀ– ଦେଶର ସୁରକ୍ଷା ଆହ୍ୱାନ ଉପରେ ଚର୍ଚ୍ଚା ପାଇଁ ବୁଧବାର ଠାରୁ ଲକ୍ଷେ୍ଣøର ମଧ୍ୟ କମାନ ମୁଖ୍ୟାଳୟରେ ତିନି ସେନାମାନଙ୍କ ପ୍ରଥମ ସଂଯୁକ୍ତ କମାଣ୍ଡର ସମ୍ମିଳନୀ(ଜେସିସି) ଆରମ୍ଭ ହୋଇଛି। ପ୍ରଥମ ଦିନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନେରାଲ ଅନୀଲ ଚୌହାନ ଭବିଷ୍ୟତର ଯୁଦ୍ଧ ଏବଂ ଅଭିଯାନର ସଂଚାଳନ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଏକୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସମ୍ମିଳନୀର ଉଦ୍ଦେଶ୍ୟ ବଦଳି ପରିଚାଳନ ପରିବେଶର ଅନୁକୂଳ ଭାରତର ସେନାର ଭବିଷ୍ୟତକୁ ଆକାର ଦେବା। ଲକ୍ଷେ୍ଣøରେ ହେଉଥିବା ଦୁଇଦିନିଆ ସଂଯୁକ୍ତ କମାଣ୍ଡର ସମ୍ମିଳନୀର ବିଷୟ ‘ସଶକ୍ତ ଏବଂ ସୁରକ୍ଷିତ ଭାରତ: ସଶସ୍ତ୍ର ବଳରେ ପରିବର୍ତନ’ ରଖାଯାଇଛି। ବର୍ତମାନ ସୁରକ୍ଷା ସ୍ଥିତି ଏବଂ ସଶସ୍ତ୍ର ବଳର ରକ୍ଷା ପ୍ରସ୍ତୁତିର ସମୀକ୍ଷା କରି ସିଡିଏସ୍ ବିଭିନ୍ନ କ୍ଷେତ୍ରରେ ଏକୀକରଣର ବୃଦ୍ଧି ପାଇଁ ଭବିଷ୍ୟତର ଯୋଜନାର ମହତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି।