କୋଲକାତା-ଆରଜି କର ମେଜିକାଲ କଲେଜର ଆର୍ଥିକ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଘୋଷ ସୋମବାର ପୁଣି ଥରେ ସିବିଆଇ ସମ୍ମୁଖରେ ହାଜର ହୋଇଛନ୍ତି । ଗତ 15 ଦିନ ମଧ୍ୟରେ 14 ଥର ପଚରା ଉଚରା ପରେ ଦୁଇ ଦିନିଆ ବିରତି ପରେ ସିବିଆଇ ତାଙ୍କୁ ପୁଣି ଡାକିଥିଲା । ଏହାରି ମଧ୍ୟରେ ସନ୍ଦୀପ ଘୋଷଙ୍କ ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଇଛି। ବର୍ତ୍ତମାନ ସିବିଆଇ ସନ୍ଦୀପଙ୍କୁ ଦେଇଥିବା ତଥ୍ୟ ସମ୍ପର୍କରେ ଅଧିକ ପ୍ରଶ୍ନ ପଚାରିବାକୁ ଚାହୁଁଛୁ । ଆରଜି କର ମେଡିକାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କଲିକତା ହାଇକୋର୍ଟଙ୍କ ନିର୍ଦେଶରେ ସିବିଆଇ ଅଗଷ୍ଟ 14 ରେ ତଦନ୍ତ ଆରମ୍ଭ କରିଥିଲା। ସେବେଠାରୁ ସନ୍ଦୀପ ଘୋଷ ସିବିଆଇ ତଦାରଖରେ ଅଛନ୍ତି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସିବିଆଇ ସନ୍ଦୀପଙ୍କୁ ସିଜିଆଇ କମ୍ପ୍ଲେକ୍ସ ସ୍ଥିତ କାର୍ଯ୍ୟାଳୟକୁ ଡାକି ପଚରାଉଚରା କରିଥିଲେ।