ମାଲକାନଗିରି, ଇସ୍ତ୍ରି କରୁଥିବା ବେଳେ ଚାଲିଗଲା ବ୍ଲକ ଯୋଗାଣ ଅଧିକାରୀଙ୍କ ଜୀବନ। କରେଣ୍ଟ ଲାଗି ପଡିଆ ବ୍ଲକ ଯୋଗାଣ ଅଧିକାରୀ କୁମୁଦମୟ ଗମାଙ୍ଗଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ଘଟିଛି ଏହି ଅଭାବନୀୟ ଘଟଣା। ଗତ କିଛି ମାସ ତଳେ କାଲିମେଳା ବ୍ଲକରୁ ପଡିଆ ବ୍ଲକକୁ ବଦଳି ହୋଇଥିବା ବେଳେ କାଲିମେଳା କ୍ଲଷ୍ଟର ବିଲଡିଙ୍ଗ ରେ ଥିବା କ୍ଵାର୍ଟରରେ ରହୁଥିଲେ ।
ଆଜି ପଡିଆ ବ୍ଲକରେ ନବରଙ୍ଗପୁର ସାଂସଦଙ୍କ ସମୀକ୍ଷା ଥିବାରୁ ତରତର ହୋଇ ଖାଲି ଦେହରେ ନିଜ ପ୍ୟାଣ୍ଟ ସାର୍ଟ ଆଇରନ କରୁଥିବା ବେଳେ ଶରୀରରେ କରେଣ୍ଟ ଲାଗି ଯାଇଥିଲା। ଶରୀର ଉପରେ ଆଇରନ ପଡ଼ି ଲାଗି ରହିଥିବା ବେଳେ କାଲିମେଳା ପୁଲିସ କ୍ଵାର୍ଟର ଭିତରକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ମୃତ ଯୋଗାଣ ଅଧିକାରୀଙ୍କ ଘର ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲକ୍ଷ୍ମଣଗୁଡା ଗ୍ରାମରେ ବୋଲି ଜଣାଯାଇଛି।