ଗୁଜୁରାଟ -ଲଗାତାର ବର୍ଷା ଯୋଗୁଁ ଗୁଜୁରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଗତ 24 ଘଣ୍ଟାରେ 3 ଜଣଙ୍କର ମୃତ୍ୟୁ ହୋଇଛି।ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ନିୟୋଜିତ ହୋଇଛନ୍ତି।17 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଭଦୋଦରା ଡିଭିଜନର ବାଜୱା ରେଳ ଷ୍ଟେସନରେ ପାଣି ହେଇଯିବା କାରଣରୁ ଅହମ୍ମଦାବାଦ ଓ ମୁମ୍ବାଇ ରୁଟରେ ଥିବା 30 ଟି ଟ୍ରେନକୁ ବାତିଲ କରାଯାଇଛି।22ଟି ରାଜ୍ୟ ରାଜପଥ ଏବଂ 586 ଟି ରାସ୍ତା ବନ୍ଦ ରହିଛି। ରାଜ୍ୟ ପରିବହନର 64 ରୁଟରେ ଚାଲୁଥିବା 583ଟି ବସ ବାତିଲ ହୋଇଛି।ସୋମବାର ଭଦୋଦରା ଠାରେ 12 ଘଣ୍ଟାରେ 26 ସେମି ବର୍ଷା ରେକର୍ଡ କରାଯାଇଥିଲା।ଅହମ୍ମଦାବାଦରେ 10 ସେମି ,ରାଜକୋଟରେ 9 ସେମି ବର୍ଷା ରେକର୍ଡ ହୋଇଛି।ମଙ୍ଗଳବାର ପୁର୍ବାହ୍ନରେ ସିଏମ ଭୁପେନ୍ଦ୍ର ପଟେଲ କଲେକ୍ଟରଙ୍କ ସହ ଏକ ବୈଠକ କରିଥିଲେ ଯେଉଁଥିରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଆଜି ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା।ଅଗଷ୍ଟ 1 ରୁ 26 ମଧ୍ୟରେ ରାଜସ୍ଥାନରେ 315 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।ଅଗଷ୍ଟ ମାସରେ ଗତ 13 ବର୍ଷ ମଧ୍ୟରେ ଏତେ ବର୍ଷା ହୋଇନାହିଁ।ମଧ୍ୟପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ଶତକଡା 88 ପ୍ରତିଶତ ବର୍ଷା ରେକର୍ଡ ହୋଇଛି।ଅଲିରାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ସ୍କୁଲ ବନ୍ଦ ରହିଛି।ୟୁପିର 15 ଜିଲ୍ଲାରେ 4 ନଦୀର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି।ଏହା ସହିତ ବାରଣାସୀର ଗଙ୍ଗାର ଆରତୀ ସ୍ଥାନ ମଧ୍ୟ ଜଳମଗ୍ନ ହୋଇଛି।ପାଣିପାଗ ବିଭାଗର ସୁଚନା ଅନୁଯାୟୀ ଗୁଜୁରାଟର ସୌରାଷ୍ଟ୍ର ଓ କୁଚରେ ପ୍ରବଳ ବର୍ଷା ହୋଇପାରେ।ଗତ 3 ଦିନ ଧରି ମଧ୍ୟପ୍ରଦେଶରେ ସକ୍ରିୟ ଥିବା ବର୍ଷା ଦୁର୍ବଳ ହୋଇଯାଇଛି।ଏହି କାରଣରୁ ଆଗାମୀ 2 ଦିନ ବର୍ଷା ହେବାର ସମ୍ଭାବନା ନାହିଁ।29 ଓ 30 ଅଗଷ୍ଟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି।