ଫରୁଖାବାଦ– ଉତ୍ତର ପ୍ରଦେଶର ଫରୁଖାବାଦ ଜିଲ୍ଲାର ଭଟାସା ରେଲୱେ ଷ୍ଟେସନ ନିକଟରେ ଶୁକ୍ରବାର ରାତିରେ କାସଗଂଜ-ଫରୁଖାବାଦ ପାସେଂଜର ଟ୍ରେନ ଲାଇନଚ୍ୟୁତ କରିବାର ଷଡଯନ୍ତ୍ର ବିଫଳ ହୋଇଛି । ଟ୍ରେନ ଧୀରଗତିରେ ଥିବା କାରଣରୁ ବଡ ଧରଣର ଅଘଟଣ ଟଳିଯାଇଛି । କିଛି ଦିନ ପୂର୍ବରୁ କାନପୁରରେ ଏଭଳି ଷଡଯନ୍ତ୍ର ରଚାଯାଇଥିଲା । ଟ୍ରେନ ଅଧିକାରୀଙ୍କ ମୁତାବକ କାସଂଗଜ-ଫରୁଖାବାଦ ପାସେଞ୍ଜର ଟ୍ରେନ କାୟମଗଂଜରୁ ଆଗକୁ ଆସୁଥିବା ବେଳେ କିଛି ଦୁର୍ବୃତ ଏକ କାଠ ଗଣ୍ଡି ପକାଇଦେଇଥିଲେ । ରାତି ଅନ୍ଧାରରେ ଟ୍ରାକରେ ବଡ କାଠଗଣ୍ଡି ଦେଖି ଡ୍ରାଇଭର ଏମରଜେନ୍ସି ବ୍ରେକ ମାରି ଗାଡିକୁ ରୋକିଥିଲେ ।ତେବେ ଏହା ଇଂଜିନରେ ଧକ୍କା ହୋଇ ଫସିଯାଇଥିଲା । ଏହାପରେ ନିକଟ ଷ୍ଟେସନରୁ ରେଲୱେ କର୍ମଚାରୀ ଘଟଣାସ୍ଥଳରେ ପହଂଚି କାଠକୁ ହଟାଇବା ପରେ ଚଳାଚଳ ସ୍ୱାଭାବିକ ହୋଇଥିଲେ ।