ନୁଆଦିଲ୍ଲୀ -ଶନିବାର ଟିମ ଇଣ୍ଡିଆର ଓପନର ଶିଖର ଧାୱନ ଆନ୍ତର୍ଜାତିକ କ୍ରିକେଟର ତିନୋଟି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରି ସେ ଏହି ସୁଚନା ଦେଇଛନ୍ତି।ଶିଖର ପ୍ରଥମେ 2010 ରେ ଅଷ୍ଟେଲିଆ ବିପକ୍ଷରେ ୱାନ ଡେ ଖେଳରେ ସାମିଲ ହୋଇଥିଲେ।2022 ରେ ବାଂଲାଦେଶ ବିପକ୍ଷରେ ଶେଷ ୱାନ ଡେ ଖେଳିଥିଲେ।ତା ପରଠାରୁ ସେ ଟିମ ଇଣ୍ଡିଆରେ ସ୍ଥାନ ପାଇ ନଥିଲେ।ଏକ ମିନିଟ 17 ସେକେଣ୍ଡ ଭିଡିଓରେ କେବଳ ପିଲାଦିନର ଦୁଇ ଜଣ କୋଚଙ୍କ ନାମ ନେଇଥିଲେ ଶିଖର ଧାୱନ।ସେ ଏହି ଭିଡିଓରେ କହିଛନ୍ତି ନମସ୍କାର।ଆଜି ମୁଁ ଏପରି ମୋଡରେ ଠିଆ ହୋଇଛି ଯେଉଁଠାରେ ମୁଁ ପଛକୁ ଚାହିଁଲେ କେବଳ ସ୍ମୃତି ଦେଖିପାରେ ଏବଂ ଯେତେବେଳେ ମୁଁ ଆଗକୁ ଚାହେଁ ପୁରା ଦୁନିଆ।ମୋର ସବୁବେଳେ ଗୋଟିଏ ଇଚ୍ଛା ଥିଲା ଭାରତ ପାଇଁ ଖେଳିବା।ତାହା ପୁରଣ ହୋଇଛି।ଏଥିପାଇଁ ମୁଁ ଅନେକ ଲୋକଙ୍କୁ ଧନ୍ୟବାଦ ଦେଉଛି।ସର୍ବପ୍ରଥମେ ମୋ ପରିବାର,ମୋ ପିଲାଦିନର ପ୍ରଶିକ୍ଷକ ତାରକ ସିହ୍ନା ଜୀ ,ମଦନ ଶର୍ମା ଜୀ ଯାହାଙ୍କ ଅଧୀନରେ ମୁଁ କ୍ରିକେଟ ଶିଖିଥିଲି।ଟିମ ଇଣ୍ଡିଆ ଖେଳିବା ପରେ ମୁଁ ମୋ ପ୍ରଶଂସକଙ୍କ ଠାରୁ ଭଲ ପାଇବା ପାଇଲି।କିନ୍ତୁ ସେମାନେ କହିଛନ୍ତି ଯେ କାହାଣୀରେ ଆଗକୁ ବଢିବା ପାଇଁ ହେଲେ ପୃଷ୍ଠା ଗୁଡିକୁ ବୁଲାଇବା ଆବଶ୍ୟକ।ମୁଁ ମୋ କ୍ରିକେଟର ଯାତ୍ରୀକୁ ଏହି ଅଧ୍ୟାୟରେ ଶେଷ କରିବାକୁ ଯାଉଛି।ମୁଁ ମୋ ସହିତ ଅଗଣିତ ସ୍ମୃତି ଓ କୃତଜ୍ଞତା ନେଇ ଯାଉଛି।ପ୍ରେମ ଓ ସମର୍ଥନ ପାଇଁ ଧନ୍ୟବାଦ ।ଜୟହିନ୍ଦ। 2010 ରେ ୱାନଡେ,2013 ରେ ଟେଷ୍ଟ ଟିମରେ ସ୍ଥାନ ପାଇଥିଲେ ଶିଖର । 2011 ରେ ଶିଖର ଧାୱନ ଶ୍ରୀଲଙ୍କା ବିପକ୍ଷରେ ଟି-20 ଡେବ୍ୟୁ କରିଥିଲେ।ଧାୱନ ହାରାହାରି 40.61ରେ 34 ଟି ଟେଷ୍ଟରେ 2315 ରନ କରିଥିଲେ।ଧାୱନ 2024 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳିଥିଲେ।ଶିଖର ପ୍ରଥମ ସିଜିନ ପାଇଁ ଆଇପିଏଲ ସହ ଜଡିତ ଅଛନ୍ତି।ଅବସର ଘୋଷଣା କରିବାବେଳେ ସେ ଆଇପିଏଲ ଖେଳିବା କିମ୍ବା ନଖେଳିବା ବିଷୟରେ କିଛି କହିନାହାନ୍ତି।ଯାହା ସୁଚାଉଛି ଯେ ସେ ଆଇପିଏଲ ଖେଳିବା ଜାରି ରଖିବେ।