
ସାନଖେମୁଣ୍ଡି: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଦ୍ଵାରା ପରିଚାଳିତ ନେହୁରୁ ଯୁବସଂଘ, ଗଂଜାମ ଜିଲ୍ଲା ସୌଜନ୍ୟରୁ ସାନଖେମୁଣ୍ଡି ବ୍ଲକ ବଉଳଘାଇ ଠାରେ ଯୁବ ନେତୃତ୍ୱ ତଥା ସମ୍ପ୍ରଦାୟିକ ବିକାଶ ସମ୍ପର୍କୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଅଛି। କଉଡ଼ିଆ ପଞ୍ଚାୟତ ବଉଳଘାଇ ସ୍ଥିତ ଶ୍ରୀ ଗୁରୁଜୀ ଯୁବକ ସଙ୍ଘ ସହାୟତାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଉଭୟ ସାନଖେମୁଣ୍ଡି ଓ ସେରଗଡ଼ ବ୍ଲକ ୩ସହରୁ ଉର୍ଦ୍ଧ୍ବ ମିଶିତ ଯୁବଯୁବା ଅଂଶଗ୍ରହଣ କରି ସାମ୍ପ୍ରତିକ ସ୍ଥିତିରେ ଯୁବ ସମାଜର ଭାଗିଦାରୀ ସମ୍ପର୍କୀୟ ଦାୟିତ୍ୱ ବୋଧ ସମ୍ପର୍କରେ ଉପଲବ୍ଧି କରିଥିଲେ। ଶ୍ରୀ ଗୁରୁଜୀ ଯୁବକ ସଂଘ ସଦସ୍ୟ ଓ କର୍ମକର୍ତ୍ତା ସହ ମୁଖ୍ୟ ଅତିଥି ଭାବେ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ଡ଼ଃ. ପ୍ରଫୁଲ୍ଲ କୁମାର ରାଉତ, ସମ୍ମାନୀୟ ଅତିଥି ଭାବେ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା, ଘନଶ୍ୟାମ ସେଠି ପ୍ରମୁଖଙ୍କ ସହ ନେହୁରୁ ଯୁବସଂଘ ଗଂଜାମ ଜିଲ୍ଲା ସଂଯୋଜକ ଶ୍ରୀ ଅକ୍ଷୟ ଭାସ୍କର ନିପାନେ, କୋଷଧକ୍ଷ ଶ୍ରୀ ସୁଦାମ ଚରଣ ସାବତ ମଞ୍ଚାସିନ ରହି ଉପସ୍ଥିତ ଯୁବଯୁବାଙ୍କୁ ଭାରତୀୟ ସମ୍ବିଧାନରେ ଥିବା ବ୍ୟବସ୍ତାରେ ଥିବା ସେବାର ମହତ୍ତ୍ୱ ସହ ସିପ୍ରଦାୟ ବିକାଶର ପରିପାଟିକୁ ନେଇ ନିଜନିଜର ବକ୍ତବ୍ୟ ଉପସ୍ଥାପିତ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଯୁବସଂଘ ତରଫରୁ ଶ୍ରୀ ସୋମନାଥ ସ୍ବାଇଁଙ୍କ ତତ୍ୱାବଧାନରେ କାହ୍ନୁ ଚରଣ ଭୂୟାଁ, କବିରାଜ ନାୟକ, ଦୀପକ କୁମାର ସ୍ୱାଇଁ, ପିଣ୍ଟୁ ସ୍ବାଇଁ, ନିକୁଞ୍ଜ ସ୍ବାଇଁ, କୁସୁମ କୁମାରୀ ଜେନା, ରିଙ୍କି ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO