ଜୟପୁର– କୋରାପୁଟ ଜିଲା ଜୟପୁର ବ୍ଲକରେ ଚାଲିଥିବା ବିକାଶମୁଳକ କାର୍ଯ୍ୟର ସମିକ୍ଷା କଲେ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ । କୋଙ୍ଗାର ନବ ନିର୍ମିତ ଉଚ୍ଚ ବିଦ୍ୟାଳୟର କୋଠା, ଜାମୁଣ୍ଡାର ଭୈରବ ମନ୍ଦିର, ଜାମୁଣ୍ଡାର ପ୍ରସ୍ତାବିତ ପଞ୍ଚାୟତ ଭବନ, କୋଲାବ ର ଏସ ୱାଟରଫଲ, ବାରଣିପୁଟର ଗ୍ରାମିଣ ପାର୍କ, ସର ଲାଇବ୍ରେରି, ଖାଦ୍ୟ ପାର୍କ ସହ ମାର୍କେଟ କମ୍ଲେକ୍ସ ବୁଲି ଦେଖିଥିଲେ ।
ଏହି ସମିକ୍ଷା ସମୟରେ ଜୟପୁର ଉପ ଜିଲାପାଳ ଯଦୁମଣି ନାୟକ, ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚି ଜେନା, ଜୟପୁର ବ୍ଲକ ସହକାରି ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ, ସହକାରୀ ଯନ୍ତ୍ରୀ ବିଜୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
