
ewsସାନଖେମୁଣ୍ଡି: ନିଜ ସମ୍ପ୍ରଦାୟରେ ଜନୈକ ବିବାହ ଉପଯୁକ୍ତା କନ୍ୟା ସହ ବାହା ହେବାର ପ୍ରତିଶୃତି ଦେଇ ଦୈହିକ ସମ୍ପର୍କ ରଖିବା, ଉଭୟ ପକ୍ଷର ଅଜାଣତରେ ପ୍ରେମିକାଙ୍କୁ ଧରି ଚମ୍ପଟ ମାରିବା, ପର ମୁହୂର୍ତ୍ତରେ କନ୍ୟାକୁ ଗ୍ରହଣ କରିବାକୁ ଅରାଜି ହେବା ଆଦି ଘଟଣା ପରେ କୂଳ ଭଦ୍ରଲୋକ, ପଞ୍ଚାୟତ ସରପଞ୍ଚ ତଥା ପାଟପୁର ଥାନାରେ ଏତଲା ପରେ ଉଭୟ ପକ୍ଷରୁ ମିଳିତ ଆଲୋଚନାର ଉଭୟ ପ୍ରେମିକ ପ୍ରେମିକା ବିବାହ ବନ୍ଧନରେ ଆବନ୍ଦୀ ହୋଇଥିବା ଜଣାଯାଇଅଛି। ମିଳିଥିବା ସୂଚନା ଓ ତଥ୍ୟ ଅନୁସାରେ ପାଟପୁର ଥାନା ଅନ୍ତର୍ଗତ ମୌଲାଭଣଜା ପଞ୍ଚାୟତ କୋଲାଡି ଗ୍ରାମର D. ସୀମାଞ୍ଚଳ ଦୋରାଙ୍କ ପୁତ୍ର D. ସୂର୍ଯ୍ୟକାନ୍ତ ଦୋରା (୨୩) ଉକ୍ତ ଗ୍ରାମର ନିଜ ସମ୍ପ୍ରଦାୟର ଏସ.ସତ୍ୟ ଦୋରାଙ୍କ ଦ୍ଵିତୀୟ କନ୍ୟା ଏସ. ନିଳେନ୍ଦ୍ରୀଙ୍କ(୨୦) ସହ ପ୍ରେମ ସମ୍ପର୍କ ରଖିଥିଲେ। ବିବାହର ପ୍ରତିଶୃତି ଦେଇ ସୂର୍ଯ୍ୟକାନ୍ତ ଶ୍ରମିକ ଭାବେ ବାହାରେ କାମ କରିବା ସହ ନିଳେନ୍ଦ୍ରୀଙ୍କୁ ମଧ୍ୟ ସାଥିରେ ନେଇ ରଖୁଥିଲେ। ଗ୍ରାମ ସମ୍ପ୍ରଦାୟ(କୁଳ) ଲୋକ ଏହା ଜାଣିପାରି ଉଭୟ ପରିବାରକୁ ତାଗିତ କରିବାରୁ ସୂର୍ଯ୍ୟକାନ୍ତ ଓ ତାଙ୍କ ପରିବାର ବିବାହ କରିବାକୁ ପଛଘୁଞ୍ଚା ଦେବା ସହ ଏ ବିଷୟରେ ଧରାଛୁଆଁ ଦେଉନଥିଲେ। ଘଟଣା କ୍ରମରେ ଗ୍ରାମ କୂଳ ଲୋକ ସ୍ୱତନ୍ତ୍ର ବୈଠକ କରି ଥାନାରେ ଖବର ଦେବା ପରେ ଘଟଣା ଗୋଡ଼ ନେଇଥିଲେ। ଗ୍ରାମ ସରପଞ୍ଚ ପ୍ରତିନିଧି ଶ୍ରୀ ସୂର୍ଯ୍ୟନାରାୟଣ ଦଳ ବେହେରା ଉଭୟ ପକ୍ଷକୁ ବୁଝାସୁଝା କରିବା ପରେ D. ସୂର୍ଯ୍ୟକାନ୍ତ ବାପା D. ସୀମାଞ୍ଚଳ ଉକ୍ତ କନ୍ୟାକୁ ଗ୍ରହଣ କରିବାକୁ ରାଜି ହୋଇଥିଲେ ଏବଂ ତତ୍କାଳୀନ ସାନଖେମୁଣ୍ଡି ଗ୍ରାମ୍ୟ କାର୍ଯ୍ୟାଳୟରେ ଫୁଲମାଳ ପକାଇ ବିବାହ କରିଥିଲେ। କୂଳ ସଂଗଠନ ପକ୍ଷରୁ S.ରାଜେନ୍ଦ୍ର ବେହେରା, S. ଦଣ୍ଡପାଣି ଦୋରା, ଆଇ ଆନନ୍ଦ, S. ବଳରାମ ଦୋରା ,P. ନିଲାଞ୍ଚଳ ଦୋରା, ପ୍ରମୁଖ ଉଭୟ ପକ୍ଷର ଘୋଷଣା ନାମା ସମ୍ପନ୍ନ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO