ନୁଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପୋଲାଣ୍ଡ ଓ ୟୁକ୍ରେନ ଅଭିମୁଖେ ଯାତ୍ରା କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ 21 ଓ 22 ଅଗଷ୍ଟରେ ପୋଲାଣ୍ଡରେ ରହିବେ।ଏବଂ 23 ଅଗଷ୍ଟରେ ୟୁକ୍ରେନ ଯିବେ।ପ୍ରଧାନମନ୍ତ୍ରୀ ମୋଦୀ ଚତୁର୍ଥ ଥର ପାଇଁ ଭ୍ଲାଦିମିର ଜେଲେନସ୍କିଙ୍କୁ ଭେଟିବେ।ଦୁଇ ନେତା ଶେଷ ଥର ପାଇଁ 14 ଜୁନ 2024 ରେ ଇଟାଲିରେ ଅନୁଷ୍ଠିତ G7 ସମ୍ମିଳନୀରେ ଭେଟିଥିଲେ।ଗତ 45 ବର୍ଷ ମଧ୍ୟରେ ପୋଲାଣ୍ଡ ଗ୍ରସ୍ତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗ୍ରସ୍ତ।ୱାର୍ସରେ ପ୍ରଧାନମନ୍ତ୍ରୀ ମୋଦୀ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେ ସେବାଷ୍ଟିଆନ ଡୁଡା ଓ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କୁ ଭେଟିବେ।ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ପୋଲାଣ୍ଡରେ ଉପସ୍ଥିତ ଭାରତୀୟ ଲୋକଙ୍କୁ ମଧ୍ୟ ଭେଟିବେ।ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ 21 ଏବଂ 22 ଅଗଷ୍ଟ ସେଠାରେ ରହିବେ ଏବଂ 23 ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ଗ୍ରସ୍ତ କରିବେ।ୟୁକ୍ରେନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେସ୍କିଙ୍କ ମଧ୍ୟରେ ଯୁଦ୍ଧ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।
Related Stories
October 6, 2024