ଭୁବନେଶ୍ୱର, ବର୍ଗୀକରଣ ନିଷ୍ପତି ସୁପ୍ରିମକୋର୍ଟ ନେଇଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କର କିଛି ହାତ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ପାଢୀ କହିଛନ୍ତି, କଂଗ୍ରେସ ଆଦିବାସୀଙ୍କୁ ଅଧିକାର ଦେଇନାହିଁ । ତାଙ୍କୁ ସବୁ ଦିନ ଦଳିତ କରି ରଖିବା ପାଇଁ ବ୍ୟବସ୍ଥା କରିଥିଲା କଂଗ୍ରେସ । ଆଦିବାସୀଙ୍କ ଉନ୍ନତି ପାଇଁ ମୋଦି ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଦେଶର ସର୍ବୋଚ୍ଚ ସ୍ଥାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ । ତେଣୁ ଆଦିବାସୀଙ୍କ ବିକାଶ ମୋଦି ସରକାର ଆସିଲା ପରେ ହିଁ ଚିନ୍ତା କରିଛନ୍ତି । ବିଜେପି ପ୍ରତି ଆଦିବାସୀଙ୍କ ଭରସା ବଢିଛି । ଯେହେତୁ ଆଦିବାସୀ ଭୋଟ କଂଗ୍ରେସ ହାତରୁ ଚାଲି ଗଲାଣି । ସେଥିପାଇଁ ଏଭଳି ଭାରତ ବନ୍ଦ ଡାକରା ଦେଇ କଂଗ୍ରେସ ରାଜନୀତି କରୁଛି ବୋଲି ସେ କହିଛନ୍ତି ।
Related Stories
October 9, 2024
October 9, 2024